Masthead

ସିନ୍ଦୂର ଲୋଗୋର ନିର୍ମାତା କିଏ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ଅପରେସନ ସିଦୂର ସଫଳତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ।  ଅପରେସନ ସିନ୍ଦୂର ପରେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା ଏହାର ଲୋଗୋ? ଲୋଗୋ ଥିଲା ସରଳ, କିନ୍ତୁ ଏଥିରେ ବାର୍ତ୍ତା ଥିଲା ଶକ୍ତିଶାଳୀ । ଏହି ଲୋଗୋ ପାଲଟିଛି ଖୁବ ଆକର୍ଷଣୀୟ । ସିନ୍ଦୂର ଶଦ୍ଦର ଦ୍ୱିତୀୟ ଭାଗରେ ଥିବା “O” ସ୍ଥାନରେ ସ୍ଥାନିତ ହୋଇଥିଲା ଗିନା ଭର୍ତ୍ତି ସିନ୍ଦୂର । ହିନ୍ଦୁଙ୍କ ପରମ୍ପରା ଏବଂ ସଂସ୍କୃତିରେ ବିବାହିତ ମହିଳାଙ୍କ ଶକ୍ତି ଓ ସ୍ୱାଭିମାନର ପ୍ରତୀକ ହେଉଛି ସିନ୍ଦୂର । କିନ୍ତୁ ପହଲଗାମରେ ସିନ୍ଦୂର ପାଲଟିଗଲା ତ୍ୟାଗ, ନ୍ୟାୟ ଓ ଜାତୀୟତାର ପ୍ରତୀକ ।

ତେବେ ଏହି ଲୋଗୋ ନିର୍ମାଣ ପଛରେ ରହିଛନ୍ତି ଦୁଇ ଜଣ ଜବାନ। ଦେଶ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ଦୁଇ ୟୁନିଫର୍ମ ପିନ୍ଧା ବ୍ୟକ୍ତି ପ୍ରସ୍ତୁତ କରିଛନ୍ତି ଏହି ଲୋଗୋ । ଦୁଇ ଜଣ ହେଲେ ଲେପ୍ଟନାଣ୍ଟ କର୍ଣ୍ଣେଲ ହରିଶ ଗୁପ୍ତା ଓ ହାବିଲଦାର ସୁରିନ୍ଦର ସିଂହ । ସେନାର ସ୍ୱତନ୍ତ୍ର ମାଗାଜିନ୍ ‘ବାତଚିତ’ରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରେରିତ କରାଯାଇଛି । ଅପରେସନ ସିନ୍ଦୂର କେବଳ ସାମରିକ ଅଭିଯାନ ନ ଥିଲା, ବରଂ ଭାରତର ଦେଇଥିଲା ବିଶ୍ୱ ପାଇଁ ପରିବର୍ତ୍ତନ ବାର୍ତ୍ତା । ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ରେ ଏହା କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ମେ ୭ ରାତି ୧ଟା ୫୧ ମିନିଟରେ ପ୍ରଥମେ ସାମ୍ନାକୁ ଆସିଥିଲା ଅପରେସନ ସିନ୍ଦୂରର ଲୋଗୋ । ଶତ୍ରୁ ମାଟିରେ ୨୫ ମିନିଟର ଏୟାର ଷ୍ଟ୍ରାଇକ୍ ପରେ ରିଲିଜ ହୋଇଥିଲା ଲୋଗୋ । ଲୋଗୋ ଟି ଲକ୍ଷ ଲକ୍ଷ ଲୋକଙ୍କ ମନରେ ଦୃଢ ସାହସ ଭରିଦେଇ ଥିଲା । ଏହା ସହିତ ଏକ ସ୍ପଷ୍ଟ, ଗର୍ଜନକାରୀ ବାର୍ତ୍ତା ଦେଶ ପାଇଁ ଥିଲା । ପାହାଲଗାମ୍ ଆତଙ୍କୀ ଆକ୍ରମଣ ପ୍ରତିଶୋଧ ନେଇଥିଲା ସେନା । ଏବଂ ସିନ୍ଦୂରର ଜବାବ ରକ୍ତରେ ଦେଇଥିଲେ ଆମ ବୀର ଯବାନ ।

 

 

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା