Masthead

ଭାରତୀୟ ଦଳର ବିଶ୍ୱକପ ସ୍କ୍ୱାଡରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସାମିଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱକପ୍ ପାଇଁ ଦଳକୁ ଫେରିଲେ ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍। ଦିନିକିଆ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ତିଆର ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଏଥିରେ ଅକ୍ଷର ପଟେଲଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ରିପ୍ଲେସ କରାଯାଇଛି । ନିକଟରେ ହୋଇଥିବା ଏସିଆ କପ୍‌ରେ ଅକ୍ଷର ପଟେଲ୍‌ ଆହତ ହେବାରୁ ସେ ବିଶ୍ୱକପରୁ ବାଦ ପଡ଼ିବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ଅନ୍ୟପଟେ ଅକ୍ଷର ସୁସ୍ଥ ହୋଇ ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ପାଇବାନେଇ ଆଶା କରାଯାଉଥିଲା। ଫିଟ୍ ନହେବାରୁ ପଟେଲଙ୍କ ବଦଳରେ ୧୫ ଜଣିଆ ଦଳରେ ଅଶ୍ୱିନ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଅକ୍ଷରଙ୍କ ବଦଳରେ ଦୁଇଟି ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା । ସିରିଜରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ଅଶ୍ୱିନ୍ । ଅଶ୍ୱିନଙ୍କ ପାଖରେ ଦୁଇ ଦୁଇଟି ବିଶ୍ୱକପ୍ ଖେଳିବାର ଅଭିଜ୍ଞତା ରହିଛି ।

ସେ ୨୦୧୧ ଓ ୨୦୧୫ ବିଶ୍ୱକପ୍ ଖେଳିଥିଲେ । ସେହି ଦୃଷ୍ଟିରୁ ବିସିସିଆଇ ତାଙ୍କୁ ଚୟନ କରିଛି । ଅଶ୍ୱିନ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ବିଶ୍ୱକପରେ ଟିମ ଇଣ୍ଡିଆର ସ୍ପିନ ବୋଲିଂ ଭାର ସମ୍ଭାଳିବେ ।ଅଶ୍ୱିନ ୨୦୧୧ ଓ ୨୦୧୫ ଦିନିକିଆ ବିଶ୍ୱକପ ଖେଳି ସାରିଛନ୍ତି । ସେ ବ୍ୟକ୍ତିଗତ ଭାବେ ତୃତୀୟ ବିଶ୍ୱକପ ଖେଳିବାକୁ ଯାଉଛନ୍ତି।ଆଇସିସି ଦିନିକିଆ ବିଶ୍ୱକପକୁ ସପ୍ତାହରେ କମ୍ ସମୟ ବାକି ରହିଲା । ଏହା ପୂର୍ବରୁ ଆଜି ଠାରୁ ଆରମ୍ଭ ହେଉଛି ୱାର୍ମ ଅପ୍ ମ୍ୟାଚ୍ । ଅକ୍ଟୋବର ୩ ତାରିଖ ଯାଏଁ ହେବାକୁ ଥିବା ୱାର୍ମ ଅପ୍ ମ୍ୟାଚରେ ସବୁ ଦଳ ଦୁଇଟି ଲେଖାଏଁ ମୁକାବିଲା ଖେଳିବେ । ଦୀର୍ଘ ୭ ବର୍ଷ ପରେ ଭାରତ ଆସିଥିବା ପାକିସ୍ତାନ ଆଜି ତା’ର ପ୍ରଥମ ୱାର୍ମଅପ୍ ମ୍ୟାଚ୍ ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳିବ । ମ୍ୟାଚଟି ହାଇଦ୍ରାବାଦରେ ଖେଳାଯିବ ।
ଭାରତର ବିଶ୍ୱକପ ସ୍କ୍ୱାଡ:-
ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ବିରାଟ କୋହଲି, ଶୁବମନ ଗିଲ୍‌, ଈଶାନ କିଶନ, ଶ୍ରେୟସ ଆୟର, ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କେଏଲ୍‌ ରାହୁଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ସୂର୍ୟ୍ୟକୁମାର ଯାଦବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ