ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁହଁ ଖୋଲିଲେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ୩ ଗଣମାଧ୍ୟମ ନାଁରେ ମାନହାନୀ ମୋକଦ୍ଦମା କରିଛନ୍ତି ଦିବ୍ୟଶଙ୍କର । ସେ କହିଛନ୍ତି ଯେ ୩ ଗଣମାଧ୍ୟମ ମତେ ବଦନାମ କରୁଛନ୍ତି । ମାନସିକ ଚାପ ଦେଉଥିବାରୁ ମାନହାନୀ ମୋକଦ୍ଦମା କରିଛି ବୋଲି କହିଛନ୍ତି ମନ୍ତ୍ରୀ । ମୋ ବିରୋଧରେ ଅପପ୍ରଚାର କରାଯାଉଛି । ଆଇନ ଅନୁସାରେ ଦୋଷୀଙ୍କୁ ଦଣ୍ଡ ହେଉ । ହତ୍ୟା ଘଟଣାରେ ମୋ ସଂପୃକ୍ତିର ପ୍ରମାଣ ଥିଲେ ମନ୍ତ୍ରୀ ପଦରୁ ଇସ୍ତଫା ଦେବି । ରାଜନୀତିରୁ ସନ୍ନ୍ୟାସ ନେବି ।

ଅପରାଧୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । ମମିତା ମୃତ୍ୟୁ ପାଇଁ ପାଇଁ ମୁଁ ମର୍ମାହତ । ମମିତାଙ୍କ ପରିବାରକୁ ମୋର ସମବେଦନା ରହିଛି । ଜନ ପ୍ରତିନିଧି ଭାବେ ମହାଲିଙ୍ଗ କଲେଜକୁ ଯାଏ । ପରବର୍ତ୍ତୀ ମୁହୁର୍ତ୍ତରେ ଯଦି କୌଣସି ଘଟଣା ଘଟେ ତାହେଲେ ସେଥିରେ ମୁଁ କେମିତି ଦାୟୀ ହେବି । ପ୍ରମାଣ ଥିଲେ ପୋଲିସ, କୋର୍ଟଙ୍କୁ ଦିଅନ୍ତୁ । ବାୟୁସେନାର ଆଦର୍ଶ ନେଇ ରାଜନୀତିକୁ ଆସିଛି । ମୋର କ୍ଷତି ହେଉ ପଛେ ଲୋକଙ୍କ ଦୁଃଖ ସହିପାରିବିନି ।

ମିଛ ଖବର ପ୍ରସାରଣ କରି ମୋ ପରିବାରର ସମ୍ମାନହାନୀ କରାଯାଉଛି ବୋଲି କହିଛନ୍ତି ଦିବ୍ୟଶଙ୍କର । ମତେ ବଦନାମ କରିବାର ସହ ମୋର ଚରିତ୍ର ସଂହାର କରାଯାଉଛି । ରାଜନୈତିକ ଫାଇଦା ପାଇଁ ତିନୋଟି ଗଣମାଧ୍ୟମ ମିଥ୍ୟା ଓ ମନଗଢା ଖବର ପ୍ରସାରଣ କରୁଛନ୍ତି । ମାଁ ମାଣିକେଶ୍ୱରୀଙ୍କ ନାଁରେ ଶପଥ କରି କହୁଛି ମମିତା ହତ୍ୟା ଘଟଣା ସହ ମୋର କୌଣସି ସମ୍ପର୍କ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ