ବାରମ୍ବାର ଗୃହ ହେଉଛି ମୁଲତବୀ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାରମ୍ବାର ଗୃହ ହେଉଛି ମୁଲତବୀ । ଲୋକଙ୍କ ପ୍ରକୃତ ସମସ୍ୟା ଉପରେ ଆଲୋଚନା ହେଉନାହିଁ । ବିରୋଧୀ ଓ ବିଜେପି ପରସ୍ପକୁ ଦୋଷ ଦେଉଛନ୍ତି । ବିରୋଧୀ ଦଳଙ୍କ ଅଧିକାରରୁ ଭାଗ ମାଗିଲେଣି ସରକାରୀ ଦଳ । ସରକାର ଚାହୁଁନାହାନ୍ତି, ଶୂନ୍ୟକାଳରେ ବିରୋଧୀମାନେ କିଛି କୁହନ୍ତୁ । ଯଦି ଗୃହରେ କିଛି ହେଲା ତେବେ ଗୃହକୁ ତୁରନ୍ତ ବନ୍ଦ କରିଦେବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ କହିଛି । ସେପଟେ ବିଜେପି କହିଛି ସରକାରଙ୍କ ଚାପରେ ବଚସ୍ପତି ଗୃହକୁ ଅପରାହ୍ନ ୪ଟାଳୂ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏହା ଅତ୍ୟନ୍ତ ଦୁଃଖର କଥା ।

ବିରୋଧୀଙ୍କ ଅଭିଯୋଗର କଡ୍ଡା ଜବାବ ଦେଇଛି ବିଜେଡି । କହିଛି ଶାସକ ନୁହେଁ, ବିରୋଧୀ ଗୃହକୁ ଚଳାଇ ଦେଉନାହାନ୍ତି । ବିଧାନସଭାରେ ଶାସକ ଏବଂ ବିରୋଧୀଙ୍କ କହିବାର ଅଧିକାର ଅଛି । ପ୍ରଶ୍ନକାଳକୁ ବିରୋଧ କରିବା କେଉଁ ସମ୍ବିଧାନରେ ଲେଖା ଅଛି? ବିରୋଧୀ ସବୁ ସମୟ ନେବେ ବୋଲି କହିବା ଠିକକ ନୁହେଁ । ବିଜେପି – କଂଗ୍ରେସ ଦିଲ୍ଲୀରେ ଗଡାଗଡି ହେଉଛନ୍ତି । କିନ୍ତୁ ଏଠି କୋଳାକୋଳି ହେଉଛନ୍ତି କାହିଁକି ବୋଲି ନୟାଗଡ଼ ବିଧାୟକ ଅରୁଣ ସାହୁ ପ୍ରଶ୍ନ କରିଛନ୍ତି । ବିରୋଧୀ ଓ ଶାସକଙ୍କ କଥାକଟାକଟି ଭିତରେ ବିଧାନସଭାର ସମୟ ନଷ୍ଟ ହେଉଛି । ସାଧାରଣ ଲୋକଙ୍କ ଟଙ୍କା ପାଣିରେ ପଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ