Masthead

ରଖିଲେନି ପ୍ରତିଶ୍ରୁତି, ମନ୍ତ୍ରୀ ହେଲେ ହଟହଟା

ଅସ୍ତରଙ୍ଗ(ବଡ଼ ଖବର ବ୍ୟୁରୋ): ବିଜୁ ସ୍ୱାସ୍ଥ୍ୟକାର୍ଡ ବାଣ୍ଟିବାକୁ ଆସି ଗାଁ ଲୋକଙ୍କ ଆକ୍ରୋଶର ଶିକାର ହେଲେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ତଣ୍ଡାହାର ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ନିର୍ବାଚନ ସମୟରେ ଗାଁକୁ ଅନେକ ସୁବିଧା, ସୁଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ତୁଷାରକାନ୍ତି ବେହେରା । କିନ୍ତୁ ନିର୍ବାଚନ ସରି ମନ୍ତ୍ରୀ ପଦ ପାଇବା ପରେ ବି ଗ୍ରାମକୁ କୌଣସି ସୁବିଧା ମିଳୁନି । ଗାଁକୁ ରାସ୍ତା ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକ । ଗାଁକୁ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଆସିବେ ବୋଲି ଗାଁର ଖାଲ ଢିପ ରାସ୍ତାକୁ ବାଲିବସ୍ତା ପକାଇ ସମାନ କରିଥିଲେ । ମନ୍ତ୍ରୀ ଆସିବା ପରେ ଗାଁକୁ ଭଲ ରାସ୍ତା ଯୋଗାଇ ଦେବାକୁ ମଧ୍ୟ ଦାବି କରିଥିଲେ । କିନ୍ତୁ ମନ୍ତ୍ରୀ ତୁଷାରକାନ୍ତି ବେହେରା ଗ୍ରାମବାସୀଙ୍କ କଥା ନଶୁଣି ୧୦, ୧୨ଟି ବିଜୁ ସ୍ୱାସ୍ଥ୍ୟକାର୍ଡ ବାଣ୍ଟି ଯିବାକୁ ବାହାରିଲେ ।

ତେବେ ମନ୍ତ୍ରୀଙ୍କ କାର ଆସିବ ବୋଲି ଗ୍ରାମବାସୀ ମାନେ ଯେଉଁ ରାସ୍ତାକୁ ମରାମତି କରିଥିଲେ, ସେହି ମାଟି ଖାଲ ରାସ୍ତାରୁ ବାଲି ବସ୍ତା କୁ କାଢି ଦେଇଥିଲେ , ଯାହା ଫଳରେ କୌଣସି ଗାଡି ଫେରିବା ସମ୍ଭବ ନଥିଲା କ୍ଷ ବହୁତ ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅନ୍ୟପଟେ ପୋଲିସ ର ଦବଙ୍ଗଗିରି ମଧ୍ୟ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଏକ ଯୁବକଙ୍କ ଗୋଡ଼ ଓଦା ହୋଇଥିଲା ବୋଲି, ତାଙ୍କୁ ସନ୍ଦେହ କରି ପୋଲିସ ଜବରଦସ୍ତ ଭିଡି ନେବା ସହ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି ।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଯଦି ଗୋଟିଏ ଦିନ ସେହି ଗାଁକୁ ଯାଇ ପାରୁ ନାହାନ୍ତି, ସେ ଗାଁର ଲୋକ କିପରି ଅଛନ୍ତି ବୁଝୁ ନାହାନ୍ତି, ତେବେ ବର୍ଷ ବର୍ଷ ଧରି ଗ୍ରାମବାସୀ ମାନେ କିପରି ସେହି ଗାଁରେ ରହି ଚଳପ୍ରଚଳ କରିବେ । ସେହିପରି ପରେ ଗ୍ରାମବାସୀ ସେମାନଙ୍କ ଅଧିକାର ପାଇଁ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା