Masthead

ଟିକା ଟକ୍କର: କେଉଁ ରାଜ୍ୟ ଲଢ଼ୁଛି କାହା ସହ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ଖେଳାଇ ଦେଇଥିବା ବେଳେ ଟିକାର ଘୋର ଅଭାବ ଲାଗିଲାଗିଛି । ଏକଥାକୁ ସ୍ୱୀକାର କରିଛନ୍ତି ଟିକା ଉତ୍ପାଦନକାରୀ କମ୍ପାନି । କମ୍ପାନିଗୁଡ଼ିକ କହିସାରିଛନ୍ତି ଜୁଲାଇ ପର୍ଯ୍ୟନ୍ତ ଟିକାର ଅଭାବ ଲାଗିରହିବ । ସେପଟେ ଦେଶର ୯ଟି ରାଜ୍ୟ ଟିକା ଆଣିବା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଛନ୍ତି । ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାଲିମନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଉତ୍ତରପ୍ରଦେଶ, ଦିଲ୍ଲୀ ଓ ହରିୟାନାରେ କରୋନା ସ୍ଥିତି ସଙ୍ଗୀନ । ଏହି ରାଜ୍ୟଗୁଡିକର ସରକାରମାନେ ଟିକା ଆଣିବା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ୱିଟ ଦେଶର ସ୍ୱାସ୍ଥ୍ୟାବସ୍ଥାର ନଗ୍ନ ଚିତ୍ରକୁ ପଦାରେ ପକାଇଦେଇଛି ।

 

କେଜ୍ରିୱାଲ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଦେଶର ରାଜ୍ୟଗୁଡିକ ଅନ୍ତର୍ଜାତୀୟ ମାର୍କେଟରେ ପରସ୍ପର ସହ ଲଡେଇ କରୁଛନ୍ତି । ୟୁପି ମହାରାଷ୍ଟ୍ର ସହ ଲଢେଇ କରୁଛି । ମହାରାଷ୍ଟ୍ର ଓଡ଼ିଶା ସହ ଲଢେଇ କରୁଛି । ଓଡ଼ିଶା ଦିଲ୍ଲୀ ସହ ଲଢେଇ କରୁଛି । ତେବେ ଇଣ୍ଡିଆ କେଉଁଠି ଅଛି? ଆମ ଦେଶ କେଉଁଠି ଅଛି? ଏହା ଭାରତର ଏକ ଖରାପ ଚିତ୍ର ବିଶ୍ୱ ଆଗରେ ରଖୁଛି । ସେ ଆହୁରି ମଧ୍ୟ ଲେଖିଛନ୍ତି, ବର୍ତ୍ତମାନ ଗୋଟିଏ ଦେଶଭାବେ ଭ୍ୟାକସିନ୍ କିଣିବାର ଆବଶ୍ୟକତା ରହିଛି । ଆମେ ଯେତେବେଳେ ଭ୍ୟାକସିନ୍ ଉତ୍ପାଦନକାରୀଙ୍କ ସହିତ ଦେଶଭାବେ କଥା ହେବା, ରାଜ୍ୟ ଭାବେ ନୁହେଁ, ସେତେବେଳେ ଆମର ମୂଲଚାଲ ଠିକ୍ ରହିବ । ଭାରତ ହେଉଛି ସେହି ଦେଶ ଯାହାର କୁଟନୈତିକ ସମ୍ପର୍କ ଉତ୍ତମ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ