Masthead

ମନ୍ତ୍ରୀଙ୍କ ଭିନ୍ନ ଅବତାର

ବାଲେଶ୍ୱର, (ବଡ଼ ଖବର ବ୍ୟୁରୋ): ଗୋଟେ ପଟେ ଉପନିର୍ବାଚନ ପାଇଁ ବାଲେଶ୍ୱର ରାଜନୀତି ସରଗରମ ହୋଇଉଠିଛି । ଅନ୍ୟପଟେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ମନ୍ତ୍ରୀ ଖବରକାଗଜ ବିକିବା କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ । ଆମେ କହୁଛୁ ରାଜ୍ୟ ପର୍ୟ୍ୟଟନ ବିଭାଗ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ କଥା ।

ମନ୍ତ୍ରୀ ଆଜି ସକାଳେ ବାଲେଶ୍ୱର ସହରର ହକରମାନଙ୍କ ପାଖରେ ଯାଇ ପହଞ୍ଚିଥିଲେ । ପରେ ସେ ଗୋଟିଏ ସାଇକେଲରେ ବିଭିନ୍ନ ଖବରକାଗଜ ଧରି ବାହାରିଥିଲେ । ସେ ସହରର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକମାନଙ୍କୁ ପେପର ଦେଇଥିଲେ । ଏପରିକି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଥିବା ପରିବା ବ୍ୟବସାୟୀମାନଙ୍କୁ ମଧ୍ୟ ପେପର ବାଣ୍ଟିଥିଲେ ଖୋଦ୍ ମନ୍ତ୍ରୀ ।

ଓଡ଼ିଶାରେ ପର୍ୟ୍ୟଟନ ସ୍ଥଳଗୁଡିକ ବର୍ତ୍ତମାନ ଖୋଲି ଦିଆଯାଇଛି । ସେସବୁ ସ୍ଥାନଗୁଡିକୁ ବୁଲିଯିବାକୁ ଲୋକମାନଙ୍କୁ ମନ୍ତ୍ରୀ ଖବରକାଗଜ ଦେବା ସହ ପରାମର୍ଶ ଦେଇଥିଲେ । ଅନ୍ୟପଟେ ମନ୍ତ୍ରୀଙ୍କ ହଠାତ୍ ଭିନ୍ନ ଅବତାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ହକର ହୋଇ ମନ୍ତ୍ରୀ କୁଆଡେ ରାଜନୀତି କରୁଛନ୍ତି ବୋଲି ଖୋଦ୍ ପେପର ବିକାଳୀ ଭାଇମାନେ ଓ ବାଲେଶ୍ୱରର କିଛି ବରିଷ୍ଠ ନାଗରିକ କହୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ