Masthead

ମନ୍ତ୍ରୀଙ୍କ ଭିନ୍ନ ଅବତାର

ବାଲେଶ୍ୱର, (ବଡ଼ ଖବର ବ୍ୟୁରୋ): ଗୋଟେ ପଟେ ଉପନିର୍ବାଚନ ପାଇଁ ବାଲେଶ୍ୱର ରାଜନୀତି ସରଗରମ ହୋଇଉଠିଛି । ଅନ୍ୟପଟେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ମନ୍ତ୍ରୀ ଖବରକାଗଜ ବିକିବା କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ । ଆମେ କହୁଛୁ ରାଜ୍ୟ ପର୍ୟ୍ୟଟନ ବିଭାଗ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ କଥା ।

ମନ୍ତ୍ରୀ ଆଜି ସକାଳେ ବାଲେଶ୍ୱର ସହରର ହକରମାନଙ୍କ ପାଖରେ ଯାଇ ପହଞ୍ଚିଥିଲେ । ପରେ ସେ ଗୋଟିଏ ସାଇକେଲରେ ବିଭିନ୍ନ ଖବରକାଗଜ ଧରି ବାହାରିଥିଲେ । ସେ ସହରର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକମାନଙ୍କୁ ପେପର ଦେଇଥିଲେ । ଏପରିକି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଥିବା ପରିବା ବ୍ୟବସାୟୀମାନଙ୍କୁ ମଧ୍ୟ ପେପର ବାଣ୍ଟିଥିଲେ ଖୋଦ୍ ମନ୍ତ୍ରୀ ।

ଓଡ଼ିଶାରେ ପର୍ୟ୍ୟଟନ ସ୍ଥଳଗୁଡିକ ବର୍ତ୍ତମାନ ଖୋଲି ଦିଆଯାଇଛି । ସେସବୁ ସ୍ଥାନଗୁଡିକୁ ବୁଲିଯିବାକୁ ଲୋକମାନଙ୍କୁ ମନ୍ତ୍ରୀ ଖବରକାଗଜ ଦେବା ସହ ପରାମର୍ଶ ଦେଇଥିଲେ । ଅନ୍ୟପଟେ ମନ୍ତ୍ରୀଙ୍କ ହଠାତ୍ ଭିନ୍ନ ଅବତାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ହକର ହୋଇ ମନ୍ତ୍ରୀ କୁଆଡେ ରାଜନୀତି କରୁଛନ୍ତି ବୋଲି ଖୋଦ୍ ପେପର ବିକାଳୀ ଭାଇମାନେ ଓ ବାଲେଶ୍ୱରର କିଛି ବରିଷ୍ଠ ନାଗରିକ କହୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ