Masthead

ତାର ପୋଲ ବଦଳରେ କାଠ ପୋଲ ଭରସା

ରାଇକିଆ, (ବଡ଼ ଖବର ବ୍ୟୁରୋ) : ଗାଁକୁ ନାହିଁ ପୋଲ । କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକର ଗୁଞ୍ଜିବାଡ଼ି ପଞ୍ଚାୟତ ବିରିନ୍ଦପଡ଼ା ଗ୍ରାମକୁ ଯିବାକୁ ହେଲେ ପ୍ରାୟ ୬ କିଲୋମିଟର ଦୂରରୁ ଚାଲିକରି ଯିବାକୁ ପଡ଼ୁଛି। ମୁଖ୍ୟ ରାସ୍ତାରୁ ବିରିନ୍ଦାପଡ଼ା ଗ୍ରାମ କେବଳ ଅଧ କିଲୋମିଟର ଦୂର। ମାତ୍ର ମଝିରେ କାଳିପେନୁ ନଦୀ ଦୁଇ ଗାଁକୁ ବିଭକ୍ତ କରିଛି। ଏଠାରେ କୌଣସି ପୋଲ ନ ଥିବାରୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ବର୍ଷ ଧରି ଗ୍ରାମବାସୀ ନିଜ ଉଦ୍ୟମରେ ଗୋଟିଏ ତାର ପୋଲ ନିର୍ମାଣ କରିଥିଲେ। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବ ପରେ ପ୍ରଶାସନ ଆସି ପୋଲ ଉପରୁ ତାର କାଢ଼ିନେଲେ। ହେଲେ କିପରି ଲୋକେ ନଦୀ ପାର ହେବେ ସେ ବ୍ୟବସ୍ଥା କଲେନାହିଁ। ବହୁ ଅସୁବିଧାର ସମ୍ମୁଖୀନ ହେବା ପରେ ସ୍ଥାନୀୟ ଲୋକେ ଆଜି ଏକ କାଠ ପୋଲ ନିର୍ମାଣ କରିଛନ୍ତି ଏବଂ ଆଉଥରେ ଏହି ପୋଲକୁ ନ ଖେଲିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ