Masthead

ଫେଲ ମାରିଛି ବସୁଧା ଯୋଜନା: ଗ୍ରାମରେ ପହଞ୍ଚୁନି ପାନୀୟ ଜଳ

ବ୍ରହ୍ମଗିରି, (ବଡ଼ ଖବର ବ୍ୟୁରୋ): କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ। ଠିକ ସେହିଭଳି ରାଜ୍ୟରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାର ବସୁଧା ଯୋଜନା କରି ଘରେ ଘରେ ପିଇବା ପାଣି ଯୋଗାଇବା ବ୍ୟବସ୍ଥା କରି ସାଧୁବାଦ ନେଉଛନ୍ତି। ହେଲେ ଏହି ଯୋଜନାର ଅବ୍ୟବସ୍ଥା ଦେଖିବାକୁ ମିଳିଛି ବ୍ରହ୍ମଗିରି ବ୍ଲକ ସାହୁପଡ଼ା ସମେତ ଆଖପାଖ ୨୦ ଗ୍ରାମରେ। ଏଠି ଫେଲ ମାରିଛି ବସୁଧା ଯୋଜନା। ସୂଚନା ଅନୁଯାୟୀ, ଡିମିରିସେନା ପଞ୍ଚାୟତ ଅନ୍ତର୍ଗତ ଖଜୁରିଆ ବଜାର ନିକଟରେ ଥିବା ବସୁଧା ଯୋଜନାର ପମ୍ପ ହାଉସରେ ଭାର୍ଗବୀ ନଦୀର ଜଳକୁ ବିଶୋଧନ କରାଯାଇ ଆଖପାଖ ଅଞ୍ଚଳର ୪୦ରୁ ଊର୍ଦ୍ଧ୍ୱ ଗ୍ରାମକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି। ପମ୍ପ ହାଉସରୁ ପାଣି ଯାଉଛି ମାତ୍ର ଗ୍ରାମରେ ଲାଗିଥିବା ଷ୍ଟାଣ୍ଡ ପୋଷ୍ଟରୁ ପାଣି ବାହାରୁନି। ଫଳରେ ରାସ୍ତାରେ ଗାତ ଖୋଳି ମୁଖ୍ୟ ପାଇପରୁ ପାଣି ସଂଗ୍ରହ କରୁଛନ୍ତି ଲୋକେ। କିନ୍ତୁ ବିଡ଼ମ୍ବନା, ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ପାଇପରୁ ବି ପାଣି ବାହାରୁନି। ଫଳରେ ଲୋକେ ପୋଖରୀରୁ ପାଣି ବ୍ୟବହାର କରି ନାନା ରୋଗରେ ପୀଡ଼ିତ ହେଉଛନ୍ତି। ଖଜୁରିଆରୁ ସାହୁପଡ଼ା ଯାଇଥିବା ମୁଖ୍ୟ ପାଇପଟି ବାଟରେ ୫ରୁ ୬ ଜାଗାରେ ଫାଟିଯାଇଥିବାରୁ ଗ୍ରାମରେ ପାଣି ପହଞ୍ଚୁ ନ ଥିବା ଗ୍ରାମବାସୀ ଅଭିଯାଗ କରିଛନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ କହିଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’