Masthead

ଧର୍ମେନ୍ଦ୍ର ପାଇଁ ଗଲା ସମୀରଙ୍କ ମନ୍ତ୍ରୀପଦ!

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସାଧାରଣ ନିର୍ବାଚନ ଆଉ ଏକ ବର୍ଷ ଥିବାରୁ ବିଜେଡି ସଂଗଠନ ପାଇଁ କାମ କରିବା ଲକ୍ଷ୍ୟରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲି ବୋଲି ସମୀର କହିଛନ୍ତି । ମନ୍ତ୍ରୀ ପଦରେ ରହିଲେ ୱାର୍କ ପ୍ରେସର ଯୋଗୁଁ ସଂଗଠନ କାମ କରିବାକୁ ସମୟ ମକ୍ଟମକ୍ଟବ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି, ମନ୍ତ୍ରୀ ପଦ ଛାଡି ସଂଗଠନ ଦାୟିତ୍ୱ ସମ୍ଭାଳିବି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲି ବୋଲି ସମୀରଙ୍କ ସଫେଇ ରାଜନୀତିକ ବିଶେଷଜ୍ଞମାନଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ସମୀରଙ୍କ ନିର୍ବାଚନମଣ୍ଡଳୀ ନିମାପଡ଼ା ଅନ୍ତର୍ଗତ ଗୋପ ବ୍ଲକ ୧୧ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଏହି ମୃତ୍ୟୁ ପଛରେ ମନ୍ତ୍ରୀ ସମୀର ଦାଶଙ୍କ ହାତଥିବା ଅଭିଯୋଗ ହୋଇଥିଲା । ଏପରିକି ମୃତ ଧର୍ମେନ୍ଦ୍ରଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଥିଲେ । ପରେ ୧୧ ନମ୍ବର ଜିଲ୍ଲା ପରିଷଦ ଆସନରେ ହୋଇଥିଲା ଉପନିର୍ବାଚନ । ମାତ୍ର ବିଜେପିର ପ୍ରମୋଦ ରାୟ ବିଜୟୀ ହୋଇଥିଲେ । ଧୂଳି ଚାଟିଥିଲା ବିଜେଡି । ପରୋକ୍ଷରେ ମନ୍ତ୍ରୀ ସମୀର ଦାଶଙ୍କ ପରାଜୟ ହୋଇଥିଲା । ଏହି ଦୁଇ ଘଟଣା ସମୀର ଦାଶ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଯଥେଷ୍ଟ ଥିବା ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା