Masthead

ବିଧାୟକ ଭାଙ୍ଗିଲେ କୋଭିଡ କଟକଣା

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): କରୋନା କଟକଣାକୁ ମାନିଲେନି ବିଧାୟକ । ସରକାରଙ୍କ ନିୟମକୁ ଭାଙ୍ଗିଲେ ଶାସକ ଦଳର ବିଧାୟକ । ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ନିଜ ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକିରେ ଏଭଳି ଭୋଜିର ଆୟୋଜନ କରିଥିଲେ ଯେ, ତାକୁ ଦେଖିଲେ କୋଭିଡ୍ ଆଉ ଯେପରି ନାହିଁ, ସେହିଭଳି ମନେ ହବ ।

ଖବର ଅନୁଯାୟୀ, ବାହାଘର , ବ୍ରତଘର, ଶୁଦ୍ଧଘରରେ ସରକାର ୨୦ ଲୋକଙ୍କୁ ଅନୁମତି ଦେଇଛନ୍ତି । ପୁଣି ଭୋଜି ଭାତ ପାଇଁ ସମ୍ପୂର୍ଣ୍ଣ ମନା କରାଯାଇଛି । କିନ୍ତୁ ଶହ ଶହ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରିଥିଲେ ବିଧାୟକ । ସାଧାରଣ ଲୋକଙ୍କ କ୍ଷେତ୍ରରେ କଠୋର ହେଉଥିବା ପ୍ରଶାସନ ଏଠି ବିଧାୟକଙ୍କ ବେଳକୁ କେଉଁଠି ଥିଲେ ତାହା ବୁଝିହେଉନାହିଁ। ବିଧାୟକ କେବଳ ଯେ, ଭୋଜିଭାତର ଆୟୋଜନ କରିଥିଲେ ତାହା ନୁହେଁ , ଏକ ମେଗା ରକ୍ତଦାନ ଶିବିର ଏବଂ ଖୁଲମ୍ ଖୁଲା ଭଜନ ସମାରୋହର ମଧ୍ୟ ଆୟୋଜନା ହୋଇଥିଲା । ଜଣେ ବିଧାୟକଙ୍କ ଏଭଳି କୋଭିଡ୍ ନିୟମ ଉଲଂଘନ ଏବେ ସମସ୍ତ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ