Before Header

ବିଧାୟକ ସରୋଜ ମେହେରଙ୍କ ପିଛା ଛାଡୁନି ବିବାଦ

0 42

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ବିଧାୟକ ସରୋଜ ମେହେରଙ୍କପିଛା ଛାଡୁନି ବିବାଦ । ପର୍ଶୁରାମଙ୍କୁ ଅସମ୍ମାନ ଘଟଣାରର ସମାଧାନ ହୋଇନଥିବା ବେଳେ ଏବେ ବିଜେଡିର ଅନ୍ତଃକନ୍ଦଳରେ ଛନ୍ଦି ହୋଇଛନ୍ତି ।  ପୂର୍ବତନ ସାଂସଦ କଳିକେଶ ସିଂହଦେଓଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ଉଗ୍ରରୂପ ଧାରଣ କରିଛି । କଳିକେଶଙ୍କ କିଛି କର୍ମୀଙ୍କୁ ବିଧାୟକଙ୍କ ଲୋକ ଅପହରଣ କରିଥିବା ଅଭିଯୋଗ ହୋଇଛି । ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଳିକେଶ ସମର୍ଥକ ତଥା ଅପହରଣର ଶିକାର ହୋଇଥିବା କର୍ମୀ । ବିଧାୟକଙ୍କ ଇଙ୍ଗିତରେ ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗ କିଛି କର୍ମୀଙ୍କୁ ଉଠାଇ ନେଇ ଏକ ଢାବାରେ ରଖିଥିଲେ । ଦାଦାଗିରି କରି ପ୍ରାୟ ୬ ଘଣ୍ଟା କାଳ ଯାଏ ସେଠାରେ ମଦ ପାଣି ପିଆଇ ରଖିଥିଲେ । ହେଲେ ସେମାନଙ୍କୁ ମୁକୁଳାଇବା ପାଇଁ ଯାଇଥିବା ଅନ୍ୟ କର୍ମୀ ବାବୁଲାଲ ପୃଷ୍ଟିଙ୍କୁ ମଧ୍ୟ ଅଟକ ରଖିଥିଲେ । ପରେ ବାବୁଲାଲଙ୍କ ପୁଅ ଯାଇ ସମସ୍ତଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ ।ତେବେ କଳିକେଶଙ୍କ ପଦଯାତ୍ରାକୁ ଭଣ୍ଡୁର ଚକ୍ରାନ୍ତ କରିବାକୁ ନିଜେ ଅକଳରେ ପଡିଯାଇଛନ୍ତି ବିଧାୟକ ସରୋଜ ମେହେର । ସୂଚନା ଅନୁସାରେ, ଗୁରୁବାର ପାଟଣାଗଡ଼ ଧୁବଳପଡାରେ ବିଜେଡି ପଦଯାତ୍ରା ଅୟୋଜିତ ହୋଇଥିଲା । କଳିକେଶଙ୍କ ଦୃଢ ସମର୍ଥକ ଶିବାନନ୍ଦ ପରିଛାଙ୍କ ନେତୃତ୍ଵରେ ଶହ ଶହ କର୍ମୀ ଏଥିରେ ସାମିଲ ହୋଇଥିଲେ ଓ ହେଲେ କଳିକେଶଙ୍କ ସହ ପଡୁନଥିବା ବିଧାୟକ ସରୋଜ ମେହେର ଭଣ୍ଡୁର କରିବା ପାଇଁ ଚକ୍ରାନ୍ତ କରିଥିଲେ । ଏପରିକି କାର୍ୟ୍ୟକ୍ରମର ଅନ୍ୟତମ ମୁଖ୍ୟ ଆୟୋଜକ ତଥା କିଛି ବିଜେଡି କର୍ମୀଙ୍କୁ ତାଙ୍କ ଇଙ୍ଗିତରେ ଅପହରଣ କରି ନିଆଗଲା । ପଦଯାତ୍ରା ଭଣ୍ଡୁର ଷଡଯନ୍ତ୍ର ରଚି ମଧ୍ୟ ଫେଲ ମାରି ଗଲେ ବିଧାୟକ । କଳିକେଶଙ୍କୁ ହୀନସ୍ତା କରିବାକୁ ଯାଇ ବିଧାୟକ ସରୋଜ ମେହେର ନିଜେ ଚକ୍ରାନ୍ତରେ ଫସି ଗଲେ ଓ ସେପଟେ କିନ୍ତୁ କର୍ମୀ ଅପହରଣ ଘଟଣାକୁ ଅତି ହାଲୁକା ଭାବରେ ନେଇଛନ୍ତି କଳିକେଶ ।ତାଙ୍କ କର୍ମୀଙ୍କୁ ଉଠାଇ ନେଇ ଯାଇଥିଲେ ବି ଏନେଇ କିଛି ଜାଣି ନଥିବା କହିଥିଲେ ଓ ଅନ୍ୟପଟେ ପର୍ୟ୍ୟବେକ୍ଷକ ସୁଶାନ୍ତ ସିଂ କହିଛନ୍ତି, ଅନ୍ତଃକନ୍ଦଳ ସମସ୍ୟାର ସମାଧାନ କରାଯିବ ଓ ସେପଟେ କର୍ମୀ ଅପହରଣ ଘଟଣା ନେଇ ବିଧାୟକ୍ ଓ ବ୍ଳକ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ହେଲେ ଏଠି ପ୍ରଶ୍ନ ଉଠୁଛି, ଜିଲ୍ଲାରେ କାହିଁକି ବିଜେଡି ଦଳ ମଧ୍ୟରେ ଫାଟ ସ୍ରୁଷ୍ଟି ହେଉଛି । ପୂର୍ବତନ ସାଂସଦ କଳିକେଶ ନିଜ ସମର୍ଥକଙ୍କୁ ନେଇ ଅଲଗା ଭାବେ ସଂଗଠନ କରୁଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଚର୍ଚା ହେଉଛି ଓ ଏପରିକି ୨୦୧୯ ନିର୍ବାଚନରେ କଣ୍ଟାବାଞ୍ଜି ଓ ଲୋଇସିଂହାରେ ବିଧାୟକ ପ୍ରାର୍ଥୀ ଚୟନରେ ମୁଣ୍ଡ ଖେଳାଇ ନିଜେ ପରାଜିତ ହୋଇ ଦଶା ଭୋଗିଛନ୍ତି କଳିକେଶ ଓ ଦେଖାଯାଉ ଆଗକୁ ଏହି ଗୋଷ୍ଠୀ କନ୍ଦଳ କି ରୂପ ନେଉଛି ।

Leave A Reply

Your email address will not be published.