Masthead

ବାଲେଶ୍ୱରରେ ସୁଧୁରିଛି ସ୍ଥିତି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ପୌରାଞ୍ଚଳରେ ଆଜିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ । ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ଖୋଲିବ । ମିଳିବ ଇଣ୍ଟରନେଟ୍ ସୁବିଧା । ଲ୍ୟାଣ୍ଡ ଲାଇନ୍ ଓ ବ୍ରଡବ୍ୟାଣ୍ଡରେ ସେବା ମିଳୁଥିବା ବେଳେ ଆଜିଠାରୁ ମୋବାଇଲରେ ଇଣ୍ଟରନେଟର ସୁବିଧା ମିଳିବ । ବାଲେଶ୍ୱର ସହରରେ କର୍ଫ୍ୟୁ କୋହଳ ନେଇ ଜାରି ହୋଇଛି ଗାଇଡ ଲାଇନ୍ । ଆଜି ସହଦେବଖୁଣ୍ଟା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ ଯାଏଁ କର୍ଫ୍ୟୁ କୋହଳ କରାଯାଇଛି ।

ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ୨ଟା ଯାଏଁ କର୍ଫ୍ୟୁ କୋହଳ ରହିଛି । ସେହିଭଳି ଆଜିଠାରୁ ସହରାଞ୍ଚଳରେ ସବୁ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବ ।କେବଳ ଟାଉନ ଥାନା ଅଞ୍ଚଳରେ ସ୍କୁଲ ଓ କଲେଜ ୨ଟା ଯାଏଁ ଚାଲିବ । ମୋବାଇଲ ଇଣ୍ଟରନେଟ ଆଜି ଠାରୁ ଆସିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଗଣ୍ଡଗୋଳ ଘଟଣାରେ ବର୍ତ୍ତମାନ ସୁଦ୍ଧା ୮୯ ଜଣ ଗିରଫ ହୋଇଛନ୍ତି ଓ ୨୧ଟି ମାମଲା ରୁଜୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି