ଧରାପଡ଼ିଲେ ୩ଲୁଟେରା

ବୋରିଗୁମ୍ମା, (ବଡ଼ ଖବର ବ୍ୟୁରୋ): ୨ଲକ୍ଷ ୫୦ହଜାର ଟଙ୍କା ଲୁଟି ନେଇଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ବୋରିଗୁମ୍ମା ପୋଲିସ। ୨୦ତାରିଖରେ କାଜୁମିଲ୍ ମାଲିକ ଭେଙ୍କେଟ ରାଓ ଦିନ ୧୦ ଘଣ୍ଟା ସମୟରେ ଶ୍ରମିକମାନଙ୍କୁ ଦେବା ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ଧରି ଏକ ସ୍କୁଟି ଯୋଗେ ଗୁଜୁନିଗୁଡ଼ା ଅଭିମୁଖେ ବାହାରି ଥିଲେ। ଦୋରାଗୁଡ଼ା ଏବଂ ଢ଼ଙ୍ଗରା ମଝିରେ ହଠାତ ୩ଦୁର୍ବୃତ୍ତ ଏକ ପଲସର ବାଇକ ଯୋଗେ ଆସି ଭେଙ୍କେଟଙ୍କୁ ଅଟକାଇଥିଲେ । ଖଣ୍ଡା ଦେଖାଇ ଟଙ୍କା ଏବଂ ସୁନା ଚେନ ଲୁଟି ନେଇଥିଲେ। ଏ ସମ୍ପର୍କରେ ଭେଙ୍କେଟ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବୋରିଗୁମ୍ମା ପୋଲିସ ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଭେଙ୍କେଟଙ୍କ କାଜୁମିଲର ୨କର୍ମଚାରୀଙ୍କ ଇଙ୍ଗିତରେ ଏହି ଲୁଟ୍ ହୋଇଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି । ସନ୍ତୋଷପୁର ଗ୍ରାମର ସାଜନ ଗଣ୍ଡା ଅନ୍ୟ ଲୁଟେରା ଗ୍ୟାଙ୍ଗଙ୍କୁ ମାଲିକ ଟଙ୍କା ଧରି ଆସିବା ଖବର କାଜୁମିଲର ଦୁଇ କର୍ମଚାରୀ ଦେଇଥିଲେ । ଯୋଜନା ମୁତାବକ ଲୁଟେରାମାନେ ଲୁଟ୍ କରିଥିଲେ। ଏହି ତିନିଜଣଙ୍କ ଠାରୁ ପୋଲିସ ୩୦ ହଜାର ଟଙ୍କା ୩ ମୋବାଇଲ ଏବଂ ଗୋଟିଏ ବାଇକ ଜବତ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଲୁଟ୍ ଘଟଣାରେ ସଂପୃକ୍ତ ଅନ୍ୟ ଲୁଟେରାଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ହରେକୃଷ୍ଣ ମାଝୀ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!