Masthead

ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, କହିଲେ ଓଡ଼ିଶା ଐତିହ୍ୟ ଏବଂ ସଂସ୍କୃତିର ରାଜ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଉଦଘାଟନ କଲେ ପିଏମ ମୋଦି। ଜନତା ମୈଦାନରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏଥିସହ ସେ ଓଡ଼ିଶାର ଗୌରବମୟ ଐତିହ୍ୟ ବାଖ୍ୟା କରିବାକୁ ଭୁଲି ନାହାନ୍ତି। ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଖଣ୍ଡଗିର, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ। ଏହାକୁ ସ୍ମରଣ ପାଇଁ ବାଲିଯାତ୍ରା ପାଳନ ହୁଏ। ଓଡ଼ିଶା ମାଟିରେ ଥିବା ଧଉଳି ସ୍ତୁପ ହେଉଛି ଶାନ୍ତିର ପ୍ରତୀକ।ଦୁନିଆରେ ଯେତେବେଳେ ଖଣ୍ଡା ମୁନରେ ସାମ୍ରାଜ୍ୟ ବଢ଼ା ଯାଉଥିଲା ସେତେବେଳେ ସମ୍ରାଟ ଅଶୋକ ଏଠାରେ ଶାନ୍ତିର ବାଟ ବାଛିଥିଲେ। ସେ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଲେ ମୋଦି।

ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱର ବହୁ ନେତାଙ୍କ ସହ ଭେଟିଛି। ସେମାନେ ନିଜ ଦେଶରେ ଥିବା ପ୍ରବାସୀ ଭାରତୀୟଙ୍କର ଖୁବ୍‌ ପ୍ରଶଂସା କରିଥାନ୍ତି। ଏହା ପଛରେ ରହିଛି ସାମାଜିକ ମୂଲ୍ୟବୋଧ। ଆମେ କେବଳ ଗଣତନ୍ତ୍ରର ଜନନୀ ନୁହଁ, ଏହା ଆମ ଜୀବନର ଏକ ବଡ଼ ଅଂଶବିଶେଷ। ଆମ ଜୀବନ ହିଁ ବିବିଧତାରେ ପରିପୂର୍ଣ୍ଣ। ତେଣୁ ଭାରତୀୟ ଯେଉଁଠାକୁ ବି ଗଲେ ସେଠାକାର ସାମାଜିକ ଚଳଣି ସହ ନିଜକୁ ଖାପ ଖୁଆଇ ନେଇଥାନ୍ତି। ଉକ୍ତ ଦେଶର ପରମ୍ପରାକୁ ଆପଣାଇ ନେବା ସହ ସମ୍ମାନ ଦେଇଥାନ୍ତି। କେବଳ ଏତିକି ନୁହେଁ, ପ୍ରତି ପ୍ରବାସୀଙ୍କ ହୃଦୟ ଭାରତ ପାଇଁ ସ୍ପନ୍ଦନ କରୁଛି। ତେଣୁ ମୁଁ ଆପଣମାନଙ୍କୁ ଥ୍ୟାଙ୍କ ୟୁ କହିବାକୁ ଚାହୁଁଛି। ଆପଣଙ୍କ ପାଇଁ ବିଦେଶରେ ମୁଁ ଗର୍ବ ଅନୁଭବ କରେ। ଭାରତୀୟ ଯେଉଁଠି ଯାଆନ୍ତି ସେଠିକାର ପରମ୍ପରା, ସଂସ୍କୃତି ସହ ଯୋଡ଼ି ହୋଇଯାଆନ୍ତି। ମାତ୍ର ସେମାନଙ୍କ ହୃଦୟରେ ସବୁବେଳେ ଭାରତର ଛାପ ରହିଥାଏ। ଗଣତନ୍ତ୍ର ଓ ବିବିଧତା ଆମର ଲାଇଫଲାଇନ୍।

ଏକବିଂଶ ଶତାବ୍ଦୀରେ ଭାରତର ଅଦ୍ଭୂତପୂର୍ବ ବିକାଶ ହେଉଛି। ଅର୍ଥନୀତିରେ ଆମ ଦେଶ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛୁ। ଖୁବଶୀଘ୍ର ଏହି ତାଲିକାରେ ଆମେ ତୃତୀୟ ସ୍ଥାନକୁ ଉନ୍ନୀତ ହେବ॥ ଆଜି ଭାରତ ଫାଇଟର ଜେଟ୍ ନିର୍ମାଣ କରୁଛି। ଭାରତର କଥାକୁ ଆଜି ପୂରା ବିଶ୍ୱ ଶୁଣୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରବାସୀଙ୍କ ନିମନ୍ତେ ଆମେ ଗୌରବାନ୍ୱିତ ଅନୁଭବ କରୁଥିବାରୁ ସେମାନଙ୍କ ସମସ୍ୟା ଦୂର କରିବା ଆମ ଦାୟିତ୍ୱ। ପୂର୍ବରୁ ପ୍ରବାସୀମାନେ ସାହାଯ୍ୟ ପାଇଁ ଅନୁରୋଧ କରୁଥିଲେ। ଏବେ କିନ୍ତୁ ସମୟ ବଦଳିଛି, ଆମେ ପ୍ରବାସୀଙ୍କୁ ଗୁରୁତ୍ୱ ଦେଉଛୁ। ସେମାନଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛୁ। ଏହି ଅବସରରେ ମୋଦି ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବା ସହ ପ୍ରବାସୀ ଭାରତୀୟ ଏକ୍ଜିବିସନ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ