Masthead

ପିଏମଙ୍କ ଫୋକସରେ ଓଡ଼ିଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପିଏମଙ୍କ ଫୋକସରେ ଓଡ଼ିଶା । ରାଜ୍ୟକୁ ଘନଘନ ମୋଦିଙ୍କ ଆଗମନ । ବିକଶିତ ଓଡ଼ିଶା ଦିଗରେ ଆଗେଇ ଚାଲିଛି ବିଜେପି ସରକାର । ରାଜ୍ୟକୁ ଗସ୍ତ କରି ସରକାରର କରୁଛନ୍ତି ସମୀକ୍ଷା । ପ୍ରତି ମିନିଟର ରିପୋର୍ଟ ନେଇ ଟାସ୍କ ଦେଇଯାଉଛନ୍ତି । ବୁଧବାର ରାଜଭବନରେ ପହଞ୍ଚିବା ପରେ ଆରମ୍ଭ କରିଦେଇଥିଲେ ରାଜ୍ୟବାସୀଙ୍କ ଚିନ୍ତା । ବିଳମ୍ବିତ ରାତି ଯାଏଁ ଓଡ଼ିଶା ବିକାଶର ଦୂରଦୃଷ୍ଟି ସଂପନ୍ନ ଯୋଜନା ନେଇ କରିଥିଲେ ମାନସମନ୍ଥନ । ବିଭିନ୍ନ ଯୋଜନା ଓ କ୍ରିୟାନ୍ୱୟନକୁ ବୈଠକରେ ପ୍ରାଧାନ୍ୟ ଦେଇଥିଲେ ମୋଦି । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ପରିଷଦର ସଦସ୍ୟ ଥିଲେ ଉପସ୍ଥିତ । ସାତ ମାସର ପୋଗ୍ରେସ କାର୍ଡକୁ ଅନୁଧ୍ୟନ କରିବା ପରେ ଚାଲିଥିଲା ବିଚାର ବିର୍ମଶ ।

ଆଉ କ’ଣ କରିହେବ ଓଡ଼ିଶାର ଅର୍ଗଗତି ପାଇଁ ବନାଇଥିଲେ ରୋଡମ୍ୟାପ । ଓଡ଼ିଶାବାସୀ ଦେଇଥିବା ଆଶୀର୍ବାଦକୁ ଅତୁଟ ରଖିବାକୁ ମୋହନ ଟିମକୁ ମୋଦୀଙ୍କ ମିଳିଥିଲା ପରାର୍ମଶ । ଲୋକଙ୍କର ବୃୃହତ୍ତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନେଇଥିବା ପଦକ୍ଷେପ ଜନତାଙ୍କ ପାଖରେ ପହଞ୍ଚାଅ । ଅନ୍ୟପଟେ ମୋଦିଙ୍କ ଗସ୍ତକୁ ନେଇ ଦଳୀୟ ଶିବିରରେ ବେଶ ଚଳଚଞ୍ଚଳ । ରାଜ୍ୟରେ ବତ୍ତମାନ ଚାଲିଛି ମନମୋହନ ଓ ମୋହନ ଯୋଡି । ଜଣେ ରାଜ୍ୟ ସଭାପତି ମଙ୍ଗ ଧରିଥିବା ବେଳେ ଆଉ ଜଣେ ବନିଛନ୍ତି ସରକାରର ମଙ୍ଗୁଆଳ । ଖୁବଶୀଘ୍ର ଦଳରେ ନବକଳେବର ହେବାକୁ ଯାଉଛି । ଏହାରି ଭିତରେ ମୋଦିଙ୍କ ଘନଘନ ଗସ୍ତ ସହ ତାଙ୍କ ରଣନୀତି ରାଜ୍ୟ ବିଜେପିକୁ ବେଶ ସକ୍ରିୟ କରିଛି ।

ଦଳ ସତ୍ତାକୁ ଆସିବା ପରେ ସାଢେ ଚାରିକୋଟି ଓଡ଼ିଶାଙ୍କ ମନ ଜିଣିବା ପାଇଁ ଭିଡି ଦେଇଛି ଅଣ୍ଟା । ସାଂସଦ ଏବଂ ବିଧାୟକଙ୍କ କାର୍ଯ୍ୟକାଳ କେମିତି ରହିଛି ତାହା ଜାଣିବା ସହ ଦଳୀୟ ନେତୃତ୍ୱଙ୍କ କାର୍ଯ୍ୟକଳାପ ଉପରେ ରହିଛି କେନ୍ଦ୍ରୀୟ ନଜର । ଚାଲିଛି ସର୍ଭେ । ମୋଦି ଗସ୍ତ କରି ଦେଇଯାଉଛନ୍ତି କିଛି ନୂଆ ନୂଆ ଦାୟତ୍ୱ । ବାରମ୍ବାର ମୋଦୀଙ୍କ ଓଡ଼ିଶା ଗସ୍ତ ରାଜର ବିକାଶ ଭିଜନକୁ ଦ୍ୱିଗୁଣିତ କରୁଛି କହିଲେ ଚଳେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ