Masthead

ମୋଦି ନା ସେ ରାଜ୍ୟ ସଭାରେ କିଛି କହିବେ ନା ଲୋକସଭାରେ: ଗୌରବ ଗୋଗେଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ଲୋକସଭାରେ ହଙ୍ଗାମା । ରାହୁଲଙ୍କ ପୂର୍ବରୁ ଗୋଗେଇଙ୍କ ବିବୃତ୍ତିକୁ ନେଇ ପ୍ରଶ୍ନ କଲା ଶାସକ ଦଳ । ଅନାସ୍ଥା ପ୍ରସ୍ତାବ ଉପସ୍ଥାପିତ କରିବା ସହ ଗୌରବ ଗୋଗେଇ ୩ଟି ପ୍ରଶ୍ନ ମଧ୍ୟ ରଖିଛନ୍ତି । ଗୃହରେ ଗୌରବ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୌନବ୍ରତ ଭାଙ୍ଗିବାକୁ ଚାହୁଁଛୁ । କାରଣ ପ୍ରଧାନମନ୍ତ୍ରୀ ମୌନବ୍ରତ ନେଇଛନ୍ତି । ସେ ନା ରାଜ୍ୟସଭାରେ କିଛି କହିବେ ନା ଲୋକସଭାରେ ।

ଏହାସହ ଗୋଗେଇ କହିଛନ୍ତି ଯେ ମଣିପୁରକୁ ସମସ୍ତେ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଯାଇ ନାହାନ୍ତି। ଏହି ପ୍ରସଙ୍ଗ ଉପରେ କହିବାକୁ ତାଙ୍କୁ କାହିଁକି ୮୦ ଦିନ ଲାଗିଲା ବୋଲି ବି ସେ ପ୍ରଶ୍ନ କରିଛନ୍ତି। ମଣିପୁରରେ ଡବଲ ଇଞ୍ଜନ ସରକାର ବିଫଳ ହେବାରୁ ଆଜି ସେଠାରେ ହିଂସାରେ ୧୫୦ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୫୦୦୦ ଘର ଜଳିଯାଇଛି। ୬୦ ହଜାରରୁ ଅଧିକ ଲୋକ ରିଲିଫ ଶିବରରେ ଅଛନ୍ତି। ୬୫୦୦ ଏଫଆଇଆର ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରୀ, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରୀ, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ