Masthead

ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାଜରାସ୍ତାରେ ବିଜେପି କର୍ମୀ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ):   କେନ୍ଦୁଝର ବିଧାୟକ ତଥା ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ । ପୋଲିସ ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରତିଶୃତି ଦେଇଥିଲା । କିନ୍ତୁ ଏ ଯାଏଁ ପୋଲିସ କାହାକୁ ଗିରଫ କରିନି । ଏ ନେଇ ଆଜି ଗାନ୍ଧି ଛକରେ ଏଲଏଚ ୪୯ ଅବରୋଧ କରିଛନ୍ତି ବଜେପି କର୍ମୀ । ଆଉ ଏଥିରେ ନିଜେ ମୋହନ ମାଝୀ ସାମିଲ ହେବା ସହିତ ବିଜେପିର ଆଉ ୯ ଜଣ ବିଧାୟକ ସାମିଲ ହୋଇଛନ୍ତି ।

ଏହି ଘଟଣାକୁ ନେଇ ଜଣେ ବିଜେପି କର୍ମୀ କହିଛନ୍ତି, ମୋହନ ମାଝୀଙ୍କ ଗାଡି ଉପରେ ବୋମାମାଡ କରିଥିବା ଆଭିଯୁକ୍ତକୁ ୨୪ ଘଣ୍ଟା ଭିତରେ ଗିରଫ କରିବାକୁ ଜିଲ୍ଲା ଏସପି କହିଥିଲେ । ଅଭିଯୁକ୍ତମାନେ ଯେଉଁ ବାଇକରେ ଆସି ବୋମାମଡ କରିଥିଲେ ସେହି ବାଇକକୁ ମଧ୍ୟ ଠାବ କରିପାରିନି ପୋଲିସ । ସେ ଆହୁରି କହିଛନ୍ତି ଯଦି ଓଡ଼ିଶାରେ ବିରୋଧୀ ଦଳର ନେତା ନିଜେ ସୁରକ୍ଷିତ ନାହାଁନ୍ତି ତେବେ ଜନସାଧାରଣ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଜଣାପଡୁଛି ।

ସେହିପରି କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ବର୍ମା କହିଛନ୍ତି, ୨୪ ଘଣ୍ଟା ବିତି ଯାଇଥିଲେ ବି ପୋଲିସ ଏଯାଏଁ ଅଭିଯୁକ୍ତଙ୍କୁ ଗିରଫ କରିପାରିନି । ତେବେ ଏହି ଘଟଣାରେ ରାଜା ଚକ୍ରର ନାଁ ଆସୁଛି । ବିଜେପି ଦାବି କରିଛନ୍ତି ଯେ, ରାଜା ଚକ୍ରକୁ ଆଣି ପଚରାଉଚରା କରାଯାଉ । କିନ୍ତୁ ରାଜା ଚକ୍ର ନାଁରେ ବାରବାର ଅଭିଯୋଗ ଆସୁଥିଲେ ବି ପୋଲିସ ରାଜାକୁ ଜେରା କରୁନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍