ବିଂଝାରପୁର(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବିଂଝାରପୁର ରେ ବଢିବାର ରେ ଲାଗିଛି ବାଲି, ମାଟି ଓ ମୋରମ ଚୋରା ଚାଲାଣ । ଆଜି ପାଖାପାଖି ଦଶରୁ ଅଧିକ ବେଆଇନ ମୋରମ ବୋଝେଇ ଗାଡି ବିଂଝାରପୁର କୁ ଆସିଥିବା ବେଳେ ଅଟକାଇ ଥିଲା ବିଂଝାରପୁର ପୋଲିସ । ଯେଇଁ ଗାଡିଗୁଡିକର ଇନ୍ସୁରାନ୍ସରୋଡ ପରିମିଟ ନାହିଁ ,କିନ୍ତୁ ବିଂଝାରପୁର ପୋଲିସ କେଉଁ ଅଧାରରେ ଏହି ଗାଡି ଗୁଡିକୁ ଛାଡ଼ିଦେଲା, ଯଦି ବିଂଝାରପୁର ପୋଲିସ ଟିକିଏ ତତ୍ପରତା ଦେଖେଇଥାନ୍ତା ହୁଏତ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ହୋଇପାରିଥାନ୍ତା । ଏଠି ପ୍ରଶ୍ନ ଉଠୁଛି ସ୍ଥାନୀୟ ପୋଲିସ କାହିଁକି ତହସିଲ ଓ ପାରିବହନ ବିଭାଗ କୁ ନଜଣାଇ ଗାଡି ଗୁଡିକୁ ଛାଡ଼ି ଦେଇଥିଲା ।
ତେଣୁ ଏଠି ସ୍ପଷ୍ଟ ଭାବେ ଜଣା ପଡୁଛି ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ସହ ମୋରମ ମାଫିଆଙ୍କ ରହିଛି ଭିତିରିଆ ସମ୍ପର୍କ । କାରଣ ଯେତେବେଳେ ଏ ବିଷୟରେ ସ୍ଥାନୀୟ ତହସିଲଦାରଙ୍କୁ ପଚରାଗଲା ସେ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି ।