Masthead

ରାଜ୍ୟମାନଙ୍କୁ ୮୮୭୩ କୋଟି ଆଗୁଆ କିସ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ସଙ୍କଟ ମୁକାବିଲା । ରାଜ୍ୟ ମାନଙ୍କ ପାଇଁ ଆଗୁଆ ଘୋଷଣା ହେଲା ପାଣ୍ଠି । କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ପାଇଁ ପ୍ରଥମ କିସ୍ତିରେ ୮,୮୭୩.୬ କୋଟି ଟଙ୍କା ଆଜି ରିଲିଜ କରିଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ କରି କରୋନା ସଂକ୍ରମଣ ୪ଲକ୍ଷ ଟପିବା ପରେ ଏହି ପାଣ୍ଠି ରିଲିଜ କରିଛନ୍ତି ସରକାର । ଏନେଇ ଗୃହ ବ୍ୟାପାର ମନ୍ତ୍ରାଳୟ କହିଛି, ଜୁନ ମାସରେ ମିଳୁଥିବା ପ୍ରଥମ କିସ୍ତିକୁ ସରକାର ଆଗୁଆ ରାଜ୍ୟ ମାନଙ୍କ ପାଇଁ ରିଲିଜ କରିଛନ୍ତି । ୮,୮୭୩ କୋଟି ଟଙ୍କାର ଅଧା ୪,୪୩୬ କୋଟି ଟଙ୍କା କୋଭିଡ଼-୧୯ କଣ୍ଟେନମେଣ୍ଟ ପଦକ୍ଷେପରେ ବ୍ୟବହାର କରିପାରିବେ ସମସ୍ତ ରାଜ୍ୟ ।

ଗୃହ ମନ୍ତ୍ରାଳୟର ସୁପାରିସ କ୍ରମେ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା ଭାବେ ଆର୍ଥିକ ବର୍ଷ ୨୦୨୧-୨୨ ନିମନ୍ତେ ସମସ୍ତ ରାଜ୍ୟ ପାଇଁ ଆଗୁଆ ଏହି ପାଣ୍ଠି ରିଲିଜ କରାଯାଇଛି । ଅର୍ଥ କମିଶନଙ୍କ ସୁପାରିସ ପରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ପ୍ରଥମ କିସ୍ତି ସାଧାରଣତଃ ଜୁନ ମାସରେ ଏହି ପାଣ୍ଠି ରିଲିଜ କରାଯାଏ । କିନ୍ତୁ ଦେଶର ପ୍ରତ୍ୟେକ ରାଜ୍ୟ ଏବେ ମହାମାରୀକୁ ମୁକାବିଲା କରୁଥିବାରୁ ବିଧିଗତ ବ୍ୟବହାରିକ ପ୍ରମାଣପତ୍ରକୁ ଅପେକ୍ଷା ନକରି ଏହି ଅର୍ଥରାଲି ରିଲିଜ କରାଯାିଛି । କରୋନା ସଙ୍କଟ ପାଇଁ ହସ୍ପିଟାଲରେ ଦେଖା ଦେଉଥିବା ପ୍ରତ୍ୟେକ ଅସୁବିଧା କ୍ଷେତ୍ରରେ ରାଜ୍ୟମାନେ ଏହି ପାଣ୍ଠିର ଉପଯୋଗ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ