Before Header

୧୦ହଜାରରୁ କମୁନି ଦୈନିକ ସଂକ୍ରମଣ

0 29

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୧୦ହଜାର ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । । ଖୋର୍ଦ୍ଧାରୁ ସର୍ବାଧିକ ୧୩୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୮୨୪, କଟକରୁ ୭୨୦, କଳାହାଣ୍ଡିରୁ ୪୩୩, ସମ୍ବଲପୁରରୁ ୩୦୨, ଅନୁଗୁଳରୁ ୪୫୬, ବରଗଡ଼ରୁ ୪୫୦, ବାଲେଶ୍ୱରରୁ ୨୩୦, ଭଦ୍ରକରୁ ୨୪୮, ପୁରୀରୁ ୭୦୮, ଷ୍ଟେଟ ପୁଲରୁ ୨୭୧, ଯାଜପୁରରୁ ୨୯୦,ଗଞ୍ଜାମରୁ ୨୬୬, ଝାରସୁଗୁଡାରୁ ୪୫୬, ନୂଆପଡାରୁ ୩୧୧, ନବରଙ୍ଗପୁରରୁ ୩୦୬, ବଲାଙ୍ଗିରରୁ ୨୭୪, ମୟୁରଭଞ୍ଜରୁ ୨୦୭, ରାୟଗଡାରୁ ୧୩୨, ନୟାଗଡରୁ ୨୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କେନ୍ଦ୍ରପଡାରୁ ୨୪୩, କେନ୍ଦୁଝରରୁ ୧୬୬, ଜଗତସିଂହପୁରରୁ ୧୧୫, ସୋନପୁରରୁ ୧୬୯, ଢେଙ୍କାନାଳରୁ ୨୪୪, କୋରାପୁଟରୁ ୧୪୨, ବୌଦ୍ଧରୁ ୧୮୩, ଗଜପତିରୁ ୮୯, କନ୍ଧମାଳରୁ ୭୫, ମାଲକାନାଗିରିରୁ ୬୨, ଦେବଗଡରୁ ୧୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୪୪ହଜାର ୮୭୩ରେ ପହଞ୍ଚିିଛି । ସୁସ୍ଥ ହୋଇଛନ୍ତିି ୪ଲକ୍ଷ ୪୭ହଜାର ୮୬୩ଜଣ । ଆକ୍ଟିଭ କେସ୍ ରହିଛି ୯୪ହଜାର ୭୬୦ । ସେହିପରି ରାଜ୍ୟରେ ଗତ ୧୪ଘଣ୍ଟାରେ ୧୭ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଖୋର୍ଦ୍ଧା, ସୁନ୍ଦରଗଡ, କଳାହାଣ୍ଡି ଓ ରାୟଗଡାରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଢେଙ୍କାନାଳ, ଅନୁଗୁଳ ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୧୯୭କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.