Before Header

୨୨୯ ପ୍ରାର୍ଥୀଙ୍କ ଭାଗ୍ୟନିର୍ଦ୍ଧାରଣ ଆଜି

0 25

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ଜାରି ରହିଛି ସପ୍ତମ ପର୍ଯ୍ୟାୟ ମତଦାନ । ୫ଟି ଜିଲ୍ଲାର ୩୪ ଟି ଆସନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ପଶ୍ଚିମବଙ୍ଗର ମାଳଦା, କୋଲକାତା ଦକ୍ଷିଣ, ମୁର୍ଶିଦାବାଦ, ପଶ୍ଚିମ ବର୍ଦ୍ଧମାନ, ଦକ୍ଷିଣ ଦିନାଜପୁରର ଜିଲ୍ଲାରେ ସପ୍ତମ ପର୍ଯ୍ୟାୟ ଭୋଟିଂ ହେଉଛି । କରୋନା କଟକଣାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟିଂ ।

୭ମ ପର୍ଯ୍ୟାୟରେ ୨୨୯ ଜଣ ପ୍ରାର୍ଥୀ ମୈଦାନରେ ରହିଥିବାବେଳେ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର । ସମସ୍ତ ୫ଟି ଜିଲ୍ଲାର ୮୭ ଲକ୍ଷ ୮୭ ହଜାର ୨୨୧ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ତେବେ ଆଜି ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଆସନ୍ତା ୨୯ ତାରିଖରେ ହେବ ୮ମ ପର୍ଯ୍ୟାୟ ତଥା ଶେଷ ଭୋଟିଂ । ଏବଂ ମେ ୨ରେ ଆସିବ ନିର୍ବାଚନୀ ଫଳାଫଳ ।

Leave A Reply

Your email address will not be published.