Masthead

‘ରାଜ୍ୟରେ ଖାଲିପଡିଛି ୧୭ ହଜାରରୁ ଅଧିକ ଶିକ୍ଷକ ପଦବୀ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଖାଲିପଡିଛି ୧୭ ହଜାରରୁ ଅଧିକ ଶିକ୍ଷକ ପଦବୀ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୧୭ ହଜାର ୭୬୧ ଶିକ୍ଷକ ପଦବୀ ଖାଲି ଅଛି । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନିତ୍ୟାନନ୍ଦ କହିଛନ୍ତି ଖୁବଶୀଘ୍ର ୧୬୫୧୯ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଛନ୍ତି ।

ବିଭିନ୍ନ ସ୍କୁଲର ନିଜସ୍ୱ ଜମି ନଥିବା କଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅବଗତ ଅଛନ୍ତି । ସେ ଓ ରାଜସ୍ୱ ମନ୍ତ୍ରୀ ଏ ଦିଗରେ ଆଲୋଚନା କରିଛନ୍ତି ବୋଲି କହିଛନ୍ତି । ପ୍ରତି ପଞ୍ଚାୟତରେ ଥିବା ସ୍କୁଲଗୁଡିକ ଶିକ୍ଷକ ଅଭାବରୁ ବନ୍ଦ ହୋଇଯାଉଛି । ସେଗୁଡିକ କିପରି ଅପଗ୍ରେଡ଼ କରି ବଞ୍ଚାଇ ରଖାଯାଇପାରିବ । ସେଥିପ୍ରତି କି ପଦକ୍ଷେପ ସରକାର ନେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେଡ଼ି ବିଧାୟକ ବଦ୍ରି ପାତ୍ର । ଯାହାର ଉତ୍ତର ରଖିଛନ୍ତି ନିତ୍ୟାନନ୍ଦ ଗଣ୍ଡ ।

ଘସିପୁରା ବିଧାୟକ ବଦ୍ରି ପାତ୍ର ଉଠାଇଲେ ୬୧୦ ବର୍ଗ ହାଇସ୍କୁଲ ପ୍ରସଙ୍ଗ । ଏହି ସ୍କୁଲ ଗୁଡିକରେ ଶିକ୍ଷକ ନିଯୁକ୍ତି ପ୍ରବଧାନ ନାହିଁ । ଯେଉଁଥି ପାଇଁ ଜଣେ ଶିକ୍ଷକ ଅବସର ନେବା ପରେ, ଆଉ ନିଯୁକ୍ତି ହେଉନି। ଏପରିକି ଏମ ଇ ସ୍କୁଲ ଅବସ୍ଥା ଵି ସମାନ । ଏହାକୁ ଅପଗ୍ରେଡ଼ କରିବାକୁ ଦାବି କଲେ ବଦ୍ରି ପାତ୍ର । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ ଯେ ନିଯୁକ୍ତି ଚାଲିଛି । ୬୧୦ ବର୍ଗ ହାଇସ୍କୁଲ ସମ୍ପର୍କରେ ତର୍ଜମା କରି ଆବଶ୍ୟକ ପଦକ୍ଷେପ ନିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ