Masthead

ବସ୍ତା ରାଜନୀତିରେ ହଲଚଲ, ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ୬୦୦ରୁ ଅଧିକ କର୍ମୀ

ବାଲିଆପାଳ(ବଡ଼ ଖବର ବ୍ୟୁରୋ): ଭାଙ୍ଗୁଛି ବିଜେଡି ଗଡ଼ । ବସ୍ତାରେ ବଡ଼ଧରଣର ରାଜନୈତିକ ହଲଚଲ । ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ୬୦୦ରୁ ଅଧିକ କର୍ମୀ । ପୂର୍ବତନ ଜିଲ୍ଲାପରିଷଦ, ଆଶାୟୀ ବିଧାୟକ ପ୍ରାର୍ଥୀ, ଅନେକ ସରପଞ୍ଚ, ପୂର୍ବତନ ସରପଞ୍ଚ ମଧ୍ୟ ଦେଇଛନ୍ତି ଯୋଗ । ସାଧାରଣ ନିର୍ବଳଚନ ପାଇଁ ବିଗୁଲ ବାଜିବ ସହ ତାରିଖ ମଧ୍ୟ ଘୋଷଣା ସରିଛି । କିନ୍ତୁ ବସ୍ତାରେ ବଡ଼ଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଲାଗିଛି ଶକ୍ତ ଧକ୍କା । ପୂର୍ବତନ ଜିଲ୍ଲାପରିଷଦ ତଥା ବିଜେଡିର ଯୁବ ନେତା ତଥା ଆଶାୟୀ ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ନାଥ ଅଣ୍ଡିଆଙ୍କ ନେତୃତ୍ବରେ ୬୦୦ରୁ ଅଧିକ କର୍ମୀ ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ଫଳରେ ଗତ ଦିନରେ ବସ୍ତା ନିର୍ବାଚନ ମଣ୍ଡଳୀ ବିଜେଡି ଗଡଥିବା ବେଳେ,ଏଥର ବସ୍ତାରେ ବିଜେଡି ତାର ସ୍ଥିତି ରକ୍ଷା କରିବା ସମ୍ଭବ ନଥିବା ସାଧାରଣରେ ଚର୍ଚ୍ଚା ଯୋର ଧରିଛି।

ରବିନ୍ଦ୍ର ନାଥ ଅଣ୍ଡିଆ ବିଜେଡିର ଜଣେ ଟାଣୁଆ ଯୁବନେତା ଭାବରେ ବସ୍ତା ଓ ବାଲିଆପାଳରେ ଜନାଦୃତ ସୃଷ୍ଟି କରିଥିଲେ । ବିଜେଡ଼ି ବିଧାୟକ ଟିକଟ୍ ପାଇଁ ଦାବିଦାର୍ ଥିଲେ। ତେବେ ବିନା କାରଣରେ ବିଜେଡିରୁ ନିଲମ୍ବିତ ହେବାପରେ ଏବେ ବସ୍ତାରେ ବିଜେଡି ଦୁଇଫାଳ ହୋଇଯାଇଛି । ସେପଟେ ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ଓ ବର୍ତମାନ ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଗୋଷ୍ଠୀ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ମିଶ୍ରଣ ପର୍ବ ପରେ ବସ୍ତା ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀଙ୍କ ମଧ୍ୟରେ ବେସ ଉତ୍ସାହ ଦେଇଛି । ଏଥର ବସ୍ତା ନିର୍ବାଚନ ମଣ୍ଡଳୀ ବିଜେପି ଦଖଲ୍ କରିବାର ରଣନୀତି ଆରମ୍ଭ କରିଛି। ଆଗାମୀ ଦିନରେ ବିଜେଡିରୁ ଅନେକ କର୍ମୀ ବିଜେପିରେ ଯୋଗଦାନ କରିବାର ସମ୍ଭାବନା ଥିବା ରାଜନୈତିକ ସମୀକ୍ଷକ ମତପ୍ରକାସ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି