Masthead

ମାଆ ସାଜିଲା ସଇତାନ, ତିନିବର୍ଷର ଶିଶୁକୁ ଦେଲା ଚେଙ୍କ

ଯାଜପୁର (ବଡ଼ ଖବର ବ୍ୟୁରୋ):  ମା’ ସାଜିଲା ସଇତାନ ।  ତିନିବର୍ଷର ଶିଶୁକୁ ଦେଲା ଚେଙ୍କ । ଗୁରୁତର ଶିଶୁକୁ ଉଦ୍ଧାର କଲେ ଶିଶୁ ସୁରକ୍ଷା ଅଧିକାରୀ । ଦିନେ ନୁହେଁ, ଦୀର୍ଘ ଦିନ ଧରି ପୁଅକୁ ଚେଙ୍କ ଦେଉଥିଲା ଜନ୍ମଦାତ୍ରୀ ମା’। ଏମିତି ଲୋମହର୍ଷଣକାରୀ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବୈରୀ ଥାନା ଛତିଆ ଅଞ୍ଚଳରେ। କାଇମାଟିଆ ଗ୍ରାମର ରଶ୍ମି ମହାପାତ୍ର ନିଜର ତିନିବର୍ଷର ପୁଅ ସହ ଛତିଆ ଅଂଚଳରେ ଭଡାଘର ନେଇ ରହି ଆସୁଥିଲେ। ବିଭିନ୍ନ ସମୟରେ ପୁଅକୁ ମାଡ଼ ମାରନ୍ତି ରଶ୍ମି ।

ଚେଙ୍କ ମଧ୍ୟ ଦିଅନ୍ତି। ଏହାକୁ ସ୍ଥାନୀୟ ଅଂଚଳର ଲୋକେ ଏହାକୁ ବିରୋଧ କରିବା ସହ କାଇମାଟିଆ ସରପଞ୍ଚଙ୍କୁ ଅବଗତ କରାଇ ଥିଲେ। ସରପଞ୍ଚ ଶିଶୁଟିକୁ ଉଦ୍ଧାର କରି ନିଜ ପାଖରେ ରଖି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇ ଥିଲେ। ଶିଶୁ ସୁରକ୍ଷା ୟୁନିଟର ଅଧିକାରୀମାନେ ପହଂଚି ଶିଶୁପୁତ୍ରକୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛନ୍ତି। ଏ ନେଇ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା