ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ, କିଏ କହିଲା ଧାନ କିଣିବା ପାଇଁ?

ଭୁବନେଶ୍ୱରେ(ବଡ଼ ଖବର ବ୍ୟୁରୋ): ବିଧାନସଭାରେ ଚାଉଳ ତାତି । ବିରୋଧୀ ପ୍ରଶ୍ନ କରିଛନ୍ତି ରାଜ୍ୟ ସରକାରଙ୍କୁ କିଏ କହିଲା ଧାନ କିଣିବା ପାଇଁ । ତେଣେ ବିଜେଡି କହିଛି ଆନ୍ଦୋଳନ ହେବ । ଓଡ଼ିଶାରୁ ଚାଉଳ ନେବା ପାଇଁ କାଲି କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ବିରୋଧୀ କଂଗ୍ରେସ ପ୍ରଶ୍ନ କରିଛି ରାଜ୍ୟ ସରକାରଙ୍କୁ କିଏ କହିଲା ଧାନ କିଣିବା ପାଇଁ? ଏଫସିଆଇ କିଣୁ । ରାଜ୍ୟ ସରକାର ଆଗେଇ ଆସୁଛନ୍ତି କିଣିବା ପାଇଁ । ଆଉ ପାଟି କରୁଛନ୍ତି କେନ୍ଦ୍ର କିଣିଲା ନାହିଁ ବୋଲି କଂଗ୍ରେସ କହିଛି । ବିଜେପି କହିଛି ସରକାର ଚାଷୀଙ୍କୁ ଶୋଷଣ କରୁଛନ୍ତି । ଧାନ କିଣୁଛନ୍ତି ।

ଏଫସିଆଇକୁ କାହିଁକି ଧାନ କିଣିବା ପାଇଁ ଛାଡୁ ନାହାନ୍ତି? ତୁରନ୍ତ ଏଫସିଆଇକୁ ଚିଠି ଲେଖନ୍ତୁ । ଏମଓୟୁ ପ୍ରତ୍ୟାହାର କରନ୍ତୁ । ଚାଉଳ ପ୍ରସଙ୍ଗରେ ବିଜେଡି ଆନ୍ଦୋଳନର ଚେତାବନୀ ଦେଇଛି । କହିଛି ଏଇଟା ସାଧାରଣ ଲୋକଙ୍କ ସ୍ୱାର୍ଥର କଥା । ସେଇଥି ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ବିଜେଡି ସେଇଥି ପାଇଁ ଆନ୍ଦୋଳନ କରିବ । ରାଜ୍ୟରେ ଚାଉଳ ରାଜନୀତି ଜୋର ଧରିଛି । ବିରୋଧୀ ବିଜେଡିକୁ ଘେରୁଥିବା ବେଳେ ବିଜେଡିର ଟାର୍ଗେଟରେ କେନ୍ଦ୍ର ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’