Masthead

ପୁରୀରେ ଗର୍ଜୁଛି ଡ୍ରାଇଭର ସଙ୍ଘ

ପୁରୀ(ବଡ଼ ଖବର ବ୍ୟୁରୋ): ପୁରୀରେ ଗର୍ଜୁଛି ଡ୍ରାଇଭର ସଙ୍ଘ ।ଅଲ୍ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରାରେ ସାମିଲ ହୋଇଛନ୍ତି ପୁରୀର ଶତାଧିକ ଡ୍ରାଇଭର । ପୁରୀର ବିଭିନ୍ନ ପ୍ରବେଶ ପଥ ଯଥା ହରେକୃଷ୍ଣ ପୁର ଛକ,ମଙ୍ଗଳାଘାଟ ଛକ,ଭୂଦାନ ଛକରେ ଶତାଧିକ ସଂଖ୍ୟକ ଡ୍ରାଇଭର ଏକାଠି ହୋଇ ୧୦ ଦଫା ନେଇ ରାଜ୍ୟ ସରକାରଙ୍କ ବିରୋଧରେ ନାରା ଦେବା ସହ ଶହ ଶହ ସଂଖ୍ୟକ ଡ୍ରାଇଭର ପିକେଟିଂ କରିଛନ୍ତି। ବାରମ୍ବାର ଆନ୍ଦୋଳନ ଓ ଆନ୍ଦୋଳନ କୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ବିଫଳ ହୋଇଥିବା ବେଳେ ଏଥର କିନ୍ତୁ ନଛୋଡବନ୍ଧା ସଙ୍ଘ।

ଦାବି ପୂରଣ ନହେବା ଯାଏଁ ରାଜରାସ୍ତାରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦମ୍ଭକ୍ତି ପ୍ରକାଶ କରି କହିଛନ୍ତି ସଂଘର ସଦସ୍ୟ ।ସେପଟେ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ପ୍ରାଇଭେଟ ନମ୍ବର ଗାଡି ଗୁଡିକୁ ନ ଅଟକାଇ ସଙ୍ଘ ଛାଡି ଦେଉଥିବା ବେଳେ ଆମ୍ବୁଲାନ୍ସ,ପୋଲିସ,ସ୍କୁଲ,ଇତ୍ୟାଦି ଜରୁରୀକାଳୀନ ଗାଡିକୁ ମଧ୍ୟ ଛାଡିଦିଆଯାଉଛି ।ଏବଂ ହଳଦିଆ ନମ୍ବର ଥିବା ମାଲବାହୀ ଗାଡି ଗୁଡିକୁ କୌଣସି ମତେ ଛାଡି ଦିଆଯାଇନାହିଁ ।ମୋଟାମୋଟି ଭାବରେ ପୁରୀରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ରାଜ୍ୟ ସରକାରଙ୍କ ବିରୋଧରେ ଦମ ଦେଖାଇଛି ସଙ୍ଘ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ