Masthead

ହସ୍ପିଟାଲରେ ଭର୍ତ୍ତି ହେଲେ ମୁକୁଲ ରୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତୃଣମୂଳ କଂଗ୍ରେସର ଚର୍ଚ୍ଚିତ ନେତା ମୁକୁଲ ରୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କୁ କୋଲିକତାସ୍ଥିତ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି । ଏହା ସହ ତାଙ୍କୁ ହସ୍ପିଟାଲ ନେବା ବେଳେ ତାଙ୍କ ସହ ନିରାପତ୍ତା କର୍ମଚାରୀ ଏବଂ କିଛି ସମର୍ଥକଙ୍କୁ ଦେଖିବାକୁ ମିଳିଥିଲା । କିଛିଦିନ ପୂର୍ବରୁ ମୁକୁଲ ରୟଙ୍କର ପତ୍ନୀଙ୍କର ଦେହାନ୍ତ ଘଟିଥିଲା । ଏବଂ ଏହା ପରେ ମୁକଲ ରୟଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି ବୋଲି ମୁକୁଲଙ୍କ ନିକଟତର ବ୍ୟକ୍ତିମାନେ କହିଛନ୍ତି । ଅପରପକ୍ଷେ ମୁକୁଲ ରୟ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ ।

ବିଜେପିରେ ପ୍ରାୟ ୪ ବର୍ଷ ରହିବା ପରେ ପୁଣିଥରେ ତୃଣମୂଳ କଂଗ୍ରେସକୁ ଫେରିଆସିଥିଲେ । ଅନ୍ୟପଟେ କିଛି ଦିନ ପୂର୍ବରୁ ମୁକୁଲ ରୟ ଉପବିର୍ବାଚନକୁ ନେଇ ବଡ ବୟାନ ଦେଇଥିଲେ । ତେବେ ଯଦି ମତଦାନ ହୁଏ ତାହାଲେ ବିଜେପି କୃଷ୍ଣନଗର ଉପବିର୍ବାଚନରେ ନିଶ୍ଚିତ ଜିତିବ ବୋଲି କହିଥିଲେ । ତୃଣମୂଳ କଂଗେସରେ ଥାଇ ମୁକୁଲଙ୍କ ଏଭଳି ମନ୍ତବ୍ୟକୁ ସହଜରେ ହଜମ କରିପାରି ନଥିଲା ଶାସକ ଦଳ । କିଛିଲୋକ ତାଙ୍କର ମାନସିକ ବିଭ୍ରାନ୍ତି ଘଟିଥିବା କଥା ମଧ୍ୟ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’