Masthead

ଯୌତୁକ ପାଇଁ ହତ୍ୟା !

ରାଜନଗର(ବଡ଼ ଖବର ବ୍ୟୁରୋ): ଏ ସଭ୍ୟ ସମାଜରେ ଦିନକୁ ଦିନ ବଢିବାରେ ଲାଗିଛି ଯୌତୁକ ଜନିତ ନିର୍ଯାତନା। ଏଭଳି ଏକ ଅଭିଯୋଗ ଆସିଛି ରାଜନଗର ବ୍ଲକ ଈଶ୍ୱରପୁର ଗାଁର କୃଷ୍ଣଚନ୍ଦ୍ର ପଲାଇଙ୍କ ପରିବା ନାଁରେ। ଅଭିଯୋଗ ମୁତାବକ କୃଷ୍ଣଚନ୍ଦ୍ରଙ୍କ ପରିବାରବର୍ଗ କବିତାକୁ ଯୌତୁକ ଜନିତ ନିର୍ଯାତନା ଦେଇ ମାରିଦେଇଥିବା ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ମା ଜାନକୀ ପଢୀହାରୀ। ହଠାତ୍ ସନ୍ଧ୍ୟା ସମୟରେ କବିତାର ସ୍ୱାମୀ ଫୋନ କରି କବିତା ଦୌଡି ଲଗାଇ ଆତ୍ମହତ୍ୟା କରିଛି ବୋଲି କହିଥିଲେ । ଆମେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉଛୁ ସେଠାକୁ ଆସିବାକୁ କହିଥିଲେ କବିତାର ସ୍ୱାମୀ । ହେଲେ ସ୍ୱାସ୍ଥ୍ୟକେନ୍ଦ୍ରରେ ଝିଅ ଘର ଲୋକ ପହଞ୍ଚି ଝିଅକୁ ନ ପାଇ ଫୋନ କରିବାରୁ ସେ କହିଥିଲେ ଅଧିକ ଗୁରୁତର ହେବାରୁ କଟକ ନେଇଆସିଛୁ ଓ ପରେ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିବା କହିଥିଲେ। ସେଠାରେ ପହଞ୍ଚି ଝିଅ ମରି ଶୋଇଥିବା ଝିଅର ପରିବାର ଲୋକ ଦେଖିବାକୁ ପାଇଥିଲେ। ଅଭିଯୋଗକୁ ଭିତ୍ତିକରି ରାଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ମୃତ କବିତାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛ। ସୂଚନାଯୋଗ୍ୟ ୫ ବର୍ଷ ତଳେ ମହୁଲିଆ ଗ୍ରାମର ଶୁକଦେବ ପଢିହାରୀଙ୍କ ଝିଅ କବିତା ଈଶ୍ୱରପୁର ଗାଁର କୃଷ୍ଣଚନ୍ଦ୍ର ପଲାଇଙ୍କ ପୁଅ କାଜଲ ପଲାଇଙ୍କୁ ବିବାହ କରିଥିଲେ । ବିବାହ ସମୟରେ ନଗତ ୫୦ ହଜାର ଟଙ୍କା ଏବଂ ସୁନା ଅଳଙ୍କାର ଓ ଆସବାପତ୍ର ଯୌତୁକ ଦିଆଯାଇଥିଲା। ବିବାହ ପରେ ଅଧିକ ଯୌତୁକ ପାଇଁ କବିତାଙ୍କୁ ଶାଶୁଘର ପକ୍ଷରୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଗତକାଲି ଶାଶୁଘର ଲୋକ ମିଳିମିଶି ମାରିଦେଇଥିବା ନେଇ ଝିଅର ମା ଥାନାରେ ଅଭିଯୋଗ କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ