Masthead

ଅଜଣା ରୋଗରେ ମୂଷା

ସୁକିନ୍ଦା, (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତର ଗନ୍ଦାପାଳ ଗାଁର ମୂଷା ବାରିକ । ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେ । ଘରର ଏକମାତ୍ର ରୋଜଗାରିଆ ଲୋକ ଶଯ୍ୟାଶାୟୀ ହେବାପରେ ପରିବାର ଅଚଳ ହୋଇପଡିଛି । ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ଅପେକ୍ଷାରେ ମୂଷା ।

ମୂଷାଙ୍କ ପରିବାର କହିଲେ ସ୍ତ୍ରୀ, ଦୁଇପୁଅ ଓ ଝିଅ । ମୂଷା ଶଯ୍ୟାଶାୟୀ ହେବା ପରେ ପରହାତ ଟେକାକୁ ଚାହିଁ ରହୁଛି ପରିବାର । ତାଙ୍କ ସ୍ତ୍ରୀ ଗାଁ ଗାଁ ବୁଲି ଚାଉଳ ମାଗୁଛନ୍ତି । ଯାହା ମିଳୁଛି ସେତିକିରେ ଭରୁଛି ୫ପ୍ରାଣୀଙ୍କ ପେଟ । ଟଙ୍କା ଆସିବ କେଉଁଠୁ ଯେ ଡାକ୍ତର ଦେଖାଇବେ । ନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ ସୁଦ୍ଧା ସୁଫଳ ମିଳିନାହିଁ । ଏହି ଖବର ‘ବଡ଼ ଖବର’ ପ୍ରତିନିଧିଙ୍କ ପାଖରେ ପହଞ୍ଚିବା ପରେ ମୂଷାଙ୍କୁ ସୁକିନ୍ଦା ବିଡିଓଙ୍କ ନିକଟକୁ ନେଇଥିଲେ । ମୂଷାଙ୍କୁ ସରକାରୀ ସହାୟତା ଯୋଗଇ ଦେବାକୁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ବିଡିଓ କେବେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରୁଛନ୍ତି ‘ବଡ଼ ଖବର’ର ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା