Masthead

ବନ୍ୟାପ୍ରବଣ ସ୍ଥାନରେ ଆଦିବାସୀ କଲୋନୀ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ବନ୍ୟା ପ୍ରପୀଡ଼ିତ ଆଦିବାସୀ ମାନଙ୍କୁ ଥଇଥାନ ଯୋଜନାର ବିକଳ ଚିତ୍ର। ନଦୀବନ୍ଧ କଡରୁ ଉଠାଇ ନେଇ ଖାଲୁଆ ବନ୍ୟାପ୍ରବଣ ସ୍ଥାନରେ ଆଦିବାସୀ କଲୋନୀ ନିର୍ମାଣ କରାଯାଇଛି। ସାମାନ୍ୟ ବନ୍ୟାଜଳ ଆସିଲେ ବୁଡିଯାଉଛି ଆଦିବାସୀ କଲୋନୀ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ପଞ୍ଚାୟତର ମୁଣ୍ଡା ସାହିରେ।

ମହାନଦୀ ମୁଖ୍ୟ ନଦୀବନ୍ଧ ତଥା ତାଳଦଣ୍ଡା କେନାଲବନ୍ଧ କଡରେ ଦୀର୍ଘ ୫୦ ବର୍ଷ ତଳୁ ବସବାସ କରି ଆସୁଛନ୍ତି ମୁଣ୍ଡା ସାହିର ଏହି ଆଦିବାସୀ ପରିବାର।ଏହି ଆଦିବାସୀ ପରିବାର ସଂଖ୍ୟା ଏବେ କୋଡିଏ ଟପିଲାଣି। ପ୍ରତିବର୍ଷ ମହାନଦୀରେ ବନ୍ୟା ଆସିଲେ ଦୁଖଃ ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତି ଏହି ଆଦିବାସୀ ପରିବାର।ଏମାନଙ୍କ ଏହି ଦୁଖଃ ଦୁର କରିବା ପାଇଁ ପ୍ରଶାସନ ପକ୍ଷରୁ ୨୦୧୯-୨୦ଆର୍ଥିକ ବର୍ଷରେ ୨୦ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରାଯାଇଛି ।

ନଦୀବନ୍ଧ କଡରୁ ଆଣି ନଦୀପଠାର ଖାଲୁଆ ସ୍ଥାନ ଗୋପିଆକୂଦରେ ଆଦିବାସୀ କଲୋନୀ ନିର୍ମାଣ କରାଯାଇଛି। ଉଚ୍ଚ ସ୍ଥାନରେ ବସବାସ କରୁଥିବା ପଡୋଶୀ ମାନେ ମଧ୍ୟ ଆଦିବାସୀ କଲୋନୀ ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଖାଲୁଆ ନଦୀପଠାରେ ଆଦିବାସୀଙ୍କ ପାଇଁ ଥଇଥାନ କଲୋନୀ ନିର୍ମାଣ ସାଙ୍ଗକୁ ଗୋଟିଏ ଛାତତଳେ ଦୁଇଟି ପରିବାରକୁ ଥଇଥାନ କେତେ ଠିକ୍ ତାହା ତଦନ୍ତ ହେବାର ଆବଶ୍ୟକତା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ