Masthead

“ମୁସଲମାନ ଜନସଂଖ୍ୟା ବୃଦ୍ଧି କରି ଭାରତକୁ ପାକିସ୍ତାନ କରିବାକୁ ଚେଷ୍ଟା ହେଉଛି”

ଗୌହାଟି(ବଡ଼ ଖବର ବ୍ୟୁରୋ): ମୁସଲମାନଙ୍କ ଜନସଂଖ୍ୟା ବଢ଼ାଇବାକୁ ପ୍ରୟାସ ହେଉଛି । ଏହି ପ୍ରୟାସ ୧୯୩୦ ମସିହା ଠାରୁ କରାଯାଉଛି । ହିନ୍ଦୁସ୍ତାନକୁ ପାକିସ୍ତାନ କରିବାକୁ ଯୋଜନା କରାଯାଉଛି । ଏପରି ଏକ ବୟାନ ଦେଇ ପୁଣି ଚର୍ଚ୍ଚାରେ ଆସିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ଦୁଇଦିନିଆ ଆସାମ ଗସ୍ତରେ ଅଛନ୍ତି ଆରଏସଏସ ମୁଖ୍ୟ । ଗୌହାଟିରେ ଏକ ସଭାକୁ ଉଦବୋଧନ ଦେଇ ଏପରି ବିବୃତି ଦେଇଛନ୍ତି ମୋହନ ଭାଗବତ । ସେ କହିଛନ୍ତି ମୁସଲମାନ ମାନଙ୍କର ଜନସଂଖ୍ୟା ବଢ଼ାଇବାକୁ ମୁସଲମାନ ବର୍ଗ ଗୁରୁତ୍ୱ ଅଧିକ ଦେଇଛନ୍ତି ।

ପଞ୍ଜାବ, ଆସାମ, ବେଙ୍ଗଲରେ ଏଭଳି ପ୍ରୟାସ ଅନ୍ୟ ରାଜ୍ୟମାନଙ୍କରେ ମୁସଲମାନ ମାନେ ନିଜର ଜନସଂଖ୍ୟା ବଢ଼ାଇବାକୁ ଗୁରୁତ୍ୱ ଦେଉଛନ୍ତି । ସିଏଏ ଏବଂ ଏନଆରସି ସପକ୍ଷରେ ବୟାନ ଦେଇ ଆରଏସଏସ ମୁଖ୍ୟ କହିଛନ୍ତି, ସିଏଏ ଏବଂ ଏନଆରସି କୌଣସି ଭାରତୀୟ ତଥା ଭାରତରେ ବସବାସ କରୁଥିବା କୌଣସି ଧର୍ମର ନାଗରିକଙ୍କୁ କ୍ଷତି ପହଞ୍ଚାଇବ ନାହିଁ। ସେହି ବ୍ୟକ୍ତି ମୁସଲମାନ ଧର୍ମର ହୋଇଥିଲେ ମଧ୍ୟ ସେ ଏହି ସିଏଏ ଦ୍ୱାରା ପ୍ରଭାବିତ ହେବେ ନାହିଁ। କିନ୍ତୁ କିଛି ବର୍ଗ ଏହାକୁ ରାଜନୀତିକ ଉଦ୍ଦେଶ୍ୟ ରଖି ଆଇନ ବିରୋଧରେ ଗୋଟିଏ ଏଜେଣ୍ଡାକୁ ବିସ୍ତାର କରୁଛନ୍ତି।

ଯେଉଁଥିପାଇଁ ଏହାକୁ ନେଇ ମୁସଲମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଦେଶ ସ୍ୱାଧୀନ ପାଇବା ପରେ ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ଦେଶର ଅଳ୍ପ ସଂଖ୍ୟକଙ୍କୁ ସୁରକ୍ଷା ଯୋଗାଇବା ସିହତ ସେମାନଙ୍କର ଯତ୍ନ ନିଆଯିବ ବୋଲି ସେ କହିଛନ୍ତି। ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ। କୌଣସି ମୁସଲମାନ ସିଏଏ ପାଇଁ ନାଗରିକତ୍ୱ ହରାଇବେ ନାହିଁ। କରୋନା ମହାମାରୀ ବେଳେ ମଧ୍ୟ ସରକାର ଏହି ବର୍ଗର ଲୋକଙ୍କୁ ସମସ୍ତ ପ୍ରକାରର ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି। ସିଏଏ ଏବଂ ଏନଆରସି କୌଣସି ଭାରତୀୟଙ୍କ ବିରୋଧରେ ତିଆରି ହୋଇନାହିଁ। ୧୯୫୦ରେ ନେହରୁ-ଲିଆକ୍ତ ଚୁକ୍ତି ହୋଇଥିଲା।

ଏହାର ଉଦ୍ଦେଶ୍ୟ ଥିଲା ଭାରତ ଏବଂ ପାକିସ୍ତାନ ନିଜ ନିଜ ଦେଶର ଅଳ୍ପ ସଂଖ୍ୟକଙ୍କୁ ସୁରକ୍ଷା ଯୋଗାଇ ଦେବେ। ଯଦିଓ ଭାରତକୁ ଏହାକୁ ଅନୁସରଣ କରୁଛି ହେଲେ ପାକିସ୍ତାନ ଏ ଦିଗରେ ସମ୍ପୂର୍ଣ୍ଣ ବିଫଳ ବୋଲି ଆରଏସଏସ ମୁଖିଆ କହିଛନ୍ତି। ଭାରତ ବାହାର ଦେଶର ଲୋକଙ୍କୁ ସବୁବେଳେ ସ୍ୱାଗତ କରେ। ହେଲେ ଏଠିକାର କିଛି ବ୍ୟକ୍ତି ସେହି ଲୋକଙ୍କୁ ଖାଦ୍ୟ, ଚଳଣି ଏବଂ ଧର୍ମ ଆଧାରରେ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ହେବା ଦ୍ୱାରା ସେମାନେ ଭୟରେ ଅଛନ୍ତି ବୋଲି ଭାଗବତ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ