Masthead

‘ଲୋକଙ୍କ ପାଇଁ କାମ କରିବା ମୋର ଲକ୍ଷ୍ୟ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେପିରେ ମିଶିଛନ୍ତି ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ଏକ ଶୋଭାଯାତ୍ରାରେ ବାହାରି ପାର୍ଟି ଅଫିସରେ ପହଂଚିଥିଲେ । ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ । ବିଜେପିରେ ମିଶିବା ପରେ ସେ କହିଛନ୍ତି ଯେ ଲୋକଙ୍କ ପାଇଁ କାମ କରିବା ମୋର ଲକ୍ଷ୍ୟ । ଲୋକଙ୍କ ପାଇଁ କହିବା, ଲୋକଙ୍କ ପାଖରେ ପହଂଚିବା । ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ବିଜେପିରେ ସେଥିପାଇଁ ଯୋଗ ଦେଇଛି ।

ଦଳରେ ମିଶିବା ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଅର୍ଦ୍ଧେନ୍ଦୁ । ରାଜ୍ୟରେ ଏ ସରକାର ବିଦା ହେବ ଦରାକର । ଏହି ସରକାର ଗଣତନ୍ତ୍ରର ମୂଲ୍ୟବୋଧକୁ ହତ୍ୟା କରୁଛି । ରାଜ୍ୟ ସରକାରଙ୍କ ଆକ୍ରୋଶ ପାଇଁ ମୁଁ ବିଜେପିର ଯୋଗ ଦେଇନାହିଁ । ଏପରିକି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଆମସାର ଆକ୍ଟର ଉଲଘଂନ କରିଥିଲେ ରାଜ୍ୟ ସରକାର ।

ସୌନ୍ଦର୍ଯ୍ୟକରଣକୁ ବିରୋଧ କରାଯାଇନାହିଁ । ଶ୍ରୀମନ୍ଦିରର ୧୦୦ ମିଟର ବାହାରରେ କାର୍ଯ୍ୟ କରିବେ । ସେଇ କଥା ଉଠାଇଥିଲୁ । ଅଗରୁ ଇଚ୍ଛା ଥିଲା ରାଜନୀତିକୁ ଆସିବା ପାଇଁ । ସରକାର ଜେଲ ପଠାଇଲେ ସେଇଥିପାଇଁ ମୁଁ ରାଜନୀତିକୁ ଆସିନାହିଁ ବୋଲି କହିଛନ୍ତି ଅର୍ଦ୍ଧେନ୍ଦୁ ଦାସ । ଶେଷରେ ମୋ ମାଟି, ପାଣି ପବନ ଏଠି ମୁଁ ରାଜନୀତି କରିବି ନାହିଁ ତ ବାହାରୁ ଆସୁଥିବା ଲୋକ କେମିତି ରାଜନୀତି କରିବେ କହିଛନ୍ତି ଅର୍ଦ୍ଧେନ୍ଦୁ ଦାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ