Masthead

‘ଲୋକଙ୍କ ପାଇଁ କାମ କରିବା ମୋର ଲକ୍ଷ୍ୟ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେପିରେ ମିଶିଛନ୍ତି ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ଏକ ଶୋଭାଯାତ୍ରାରେ ବାହାରି ପାର୍ଟି ଅଫିସରେ ପହଂଚିଥିଲେ । ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ । ବିଜେପିରେ ମିଶିବା ପରେ ସେ କହିଛନ୍ତି ଯେ ଲୋକଙ୍କ ପାଇଁ କାମ କରିବା ମୋର ଲକ୍ଷ୍ୟ । ଲୋକଙ୍କ ପାଇଁ କହିବା, ଲୋକଙ୍କ ପାଖରେ ପହଂଚିବା । ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ବିଜେପିରେ ସେଥିପାଇଁ ଯୋଗ ଦେଇଛି ।

ଦଳରେ ମିଶିବା ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଅର୍ଦ୍ଧେନ୍ଦୁ । ରାଜ୍ୟରେ ଏ ସରକାର ବିଦା ହେବ ଦରାକର । ଏହି ସରକାର ଗଣତନ୍ତ୍ରର ମୂଲ୍ୟବୋଧକୁ ହତ୍ୟା କରୁଛି । ରାଜ୍ୟ ସରକାରଙ୍କ ଆକ୍ରୋଶ ପାଇଁ ମୁଁ ବିଜେପିର ଯୋଗ ଦେଇନାହିଁ । ଏପରିକି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଆମସାର ଆକ୍ଟର ଉଲଘଂନ କରିଥିଲେ ରାଜ୍ୟ ସରକାର ।

ସୌନ୍ଦର୍ଯ୍ୟକରଣକୁ ବିରୋଧ କରାଯାଇନାହିଁ । ଶ୍ରୀମନ୍ଦିରର ୧୦୦ ମିଟର ବାହାରରେ କାର୍ଯ୍ୟ କରିବେ । ସେଇ କଥା ଉଠାଇଥିଲୁ । ଅଗରୁ ଇଚ୍ଛା ଥିଲା ରାଜନୀତିକୁ ଆସିବା ପାଇଁ । ସରକାର ଜେଲ ପଠାଇଲେ ସେଇଥିପାଇଁ ମୁଁ ରାଜନୀତିକୁ ଆସିନାହିଁ ବୋଲି କହିଛନ୍ତି ଅର୍ଦ୍ଧେନ୍ଦୁ ଦାସ । ଶେଷରେ ମୋ ମାଟି, ପାଣି ପବନ ଏଠି ମୁଁ ରାଜନୀତି କରିବି ନାହିଁ ତ ବାହାରୁ ଆସୁଥିବା ଲୋକ କେମିତି ରାଜନୀତି କରିବେ କହିଛନ୍ତି ଅର୍ଦ୍ଧେନ୍ଦୁ ଦାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ