Before Header

ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଥିବା ଚତୁର୍ଥ ଭାରତୀୟ ଯଶସ୍ୱୀ

0 41

ନୂଆଦିଲ୍ଲୀ(ବଡ଼ ଖବର): ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ସୁଦ୍ଧା ଆଗରେ ରହିଛି ଟିମ ଇଣ୍ଟିଆ । ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜକୁ ମାତ୍ର ୧୫୦ ରନରେ ଅଲଆଉଟ କରିବା ପରେ ବ୍ୟାଟିଂରେ ମଧ୍ୟ କମାଲ କରିଛି ରୋହିତ ବାହୀନି । ଓପନର ଯଶସ୍ୱୀ ଜଶୱାଲ ତାଙ୍କର ଡେବ୍ୟୁ ଟେଷ୍ଟରେ ଏକ ଚମତ୍କାର ଶତାକ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଡୋମିନିକା ଟେଷ୍ଟର ଦ୍ୱିତୀୟ ଦିନ ଶେଷରେ ଯଶସ୍ୱୀ ଜଶୱାଲ ୧୪୩ ରନ୍ ସ୍କୋର କରି ଅପରାଜିତ ରହିଛନ୍ତି। ଭାରତ ପାଇଁ ଟେଷ୍ଟ ଡେବ୍ୟୁରେ ଶତକ ହାସଲ କରିଥିବା ଯଶସ୍ୱୀ ଜଶୱାଲ ହେଉଛନ୍ତି ଚତୁର୍ଥ କନିଷ୍ଠ ଖେଳାଳି। ଯଶସ୍ୱୀ ଜଶୱାଲଙ୍କ ବୟସ ୨୧ ବର୍ଷ ୧୯୬ ଦିନ ଜ୍ଝ ଭାରତ ପାଇଁ ଟେଷ୍ଟ ଡେବ୍ୟୁରେ ଶତକ ହାସଲ କରିଥିବା ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ପୃଥ୍ୱୀ ଶୋ ।

ସେ ଏହି ତାଲିକାର ଶୀର୍ଷରେ ରହିଛନ୍ତି ଜ୍ଝ ୨୦୧୮ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପୃଥ୍ୱୀ ଶୋ ଟେଷ୍ଟ ଶତକ ହାସଲ କରିଥିଲେ, ସେତେବେଳେ ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନଙ୍କୁ ୧୮ ବର୍ଷ ୩୨୯ ଦିନ ବୟସ ହୋଇଥିଲା। ଏଥି ସହିତ ଅବ୍ବାସ ଅଲି ବାଗ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅବ୍ବାସ ଅଲି ବାଗ ୧୯୫୯ ମସିହାରେ ଓଲ୍ଡ ଟ୍ରାଫର୍ଡରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ। ଏହି ମ୍ୟାଚରେ ଅବ୍ବାସ ଅଲି ବାଗ ଶତକ ହାସଲ କରିଥିଲେ। ସେହି ସମୟରେ ଅବ୍ବାସ ଅଲି ବେଗଙ୍କୁ ୨୦ ବର୍ଷ ୧୨୬ ଦିନ ବୟସ ହୋଇଥିଲା ଜ୍ଝ

ପୂର୍ବତନ ଭାରତୀୟ ଖେଳାଳି ଗୁଣ୍ଡାପ୍ପା ବିଶ୍ୱନାଥ ତୃତୀୟ ସ୍ଥାନରେ ଅଛନ୍ତି। ୧୯୬୯ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଗୁଣ୍ଡାପ୍ପା ବିଶ୍ୱନାଥ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ। ଏହି ମ୍ୟାଚରେ ବିଶ୍ୱନାଥ ଶତକ ହାସଲ କରିଥିଲେ। ସେତେବେଳେ ବିଶ୍ୱନାଥଙ୍କୁ ୨୦ ବର୍ଷ ୨୭୬ ଦିନ ବୟସ ହୋଇଥିଲା ଜ୍ଝ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍ କାନପୁରରେ ଖେଳାଯାଇଥିଲା।

ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନ ୧୯୮୪ ମସିହାରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଟେଷ୍ଟ ଡେବ୍ୟୁ କରିଥିଲେ। ଏହି ମ୍ୟାଚରେ ମହମ୍ମଦ ଅଜହରୁଦ୍ଦିନ ଶତକ ହାସଲ କରିଥିଲେ। ସେତେବେଳେ ମହମ୍ମଦ ଅଜହରୁଦ୍ଦିନଙ୍କୁ ୨୧ ବର୍ଷ ୩୨୭ ଦିନ ବୟସ ହୋଇଥିଲା। ଏହିପରି ଭାବରେ ମହମ୍ମଦ ଅଜହରୁଦ୍ଦିନ ଚତୁର୍ଥ କନିଷ୍ଠ ବ୍ୟାଟ୍ସମ୍ୟାନ୍ ଯିଏକି ଭାରତ ପାଇଁ ଡେବ୍ୟୁ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିଲେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏହି ମ୍ୟାଚ୍ କୋଲକାତାରେ ଖେଳାଯାଇଥିଲା। ଏଥି ସହିତ ବର୍ତ୍ତମାନ ଯଶସ୍ୱୀ ଜଶୱାଲ ଚତୁର୍ଥ କନିଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇ ଭାରତ ପାଇଁ ଟେଷ୍ଟ ଡେବ୍ୟୁରେ ଶତକ ହାସଲ କରିଛନ୍ତି।

Leave A Reply

Your email address will not be published.