Masthead

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ଦେଶବାସୀଙ୍କୁ ମିଳିବ ମାଗଣା ଟିକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ଦେଶର ସମସ୍ତ ଜନସାଧାରଣଙ୍କୁ ମିଳିବ ମାଗଣା ଟିକା । ୧୮ବର୍ଷରୁ ଉଦ୍ଧ୍ୱର୍ ସମସ୍ତ ବ୍ୟକ୍ତିଙ୍କୁ ମିଳିବ ମାଗଣା ଟିକା । ଜୁନ ୨୧ ତାରିଖ ସୋମବାରଠାରୁ ସମସ୍ତଙ୍କୁ ଏହି ଟିକା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୋଦି । ଟିକା ପାଇଁ କୌଣସି ରାଜ୍ୟ ସରକାରଙ୍କୁ କିଛି ବି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି । ସମସ୍ତ ଟିକା କେନ୍ଦ୍ର ଯୋଗାଇବ । ଉତ୍ପାଦିତ ଟିକାର ୭୫% ରାଜ୍ୟମାନଙ୍କୁ ଯୋଗାଇବ କେନ୍ଦ୍ର । ଯେଉଁମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ । ଘରୋଇ ହସ୍ପିଟାଲରେ ଟିକାର ସର୍ବାଧିକ ମୂଳ୍ୟ ୧୫୦ଟଙ୍କା ରହିଛି । ଘରୋଇ ହସ୍ପିଟାଲରେ ଟିକାକରଣ ଉପରେ ରାଜ୍ୟ ସରକାରମାନେ ନଜର ରଖିବେ । ତେବେ ପୂର୍ବରୁ କେନ୍ଦ୍ର ଦେଉଥିବା ଟୀକାର ୨୫ ପ୍ରତିଶତ ରାଜ୍ୟ ନିଜ ଆବଶ୍ୟକତା ଅନୁସାରେ ଟିକାକରଣ କରୁଥିଲା । ଏବେ କେନ୍ଦ୍ର ସବୁ ଟିକାର ଦାୟିତ୍ୱ ନେଲା ।

ଏହା ସହ ମୋଦୀ କହିଛନ୍ତି ଯେ ଦ୍ୱିତୀୟ ଲହରରେ ଆମେ ଆମର ସମ୍ପର୍କୀୟଙ୍କୁ ହରାଇଛୁ । ଯେଉଁମାନେ ନିଜ ପରିବାର ପ୍ରିୟଜନଙ୍କୁ ହରାଇଛନ୍ତି ମୁଁ ସେମାନଙ୍କ ସହ ଅଛି । ବିଗତ ଶହେ ବର୍ଷରେ ଏହା ସବୁଠାରୁ ବଡ ମହାମାରୀ । ଆମେ ପୂର୍ବରୁ ଏଭଳି ମହାମାରୀର ସାମ୍ନା କରି ନଥିଲୁ । ଅଦୃଶ୍ୟ ମହାମାରୀ ସହ ଲଢେଇ ପାଇଁ କୋଭିଡ ନିୟମ ବଡ ଅସ୍ତ୍ର । ମାସ୍କ, ସାମାଜିକ ଦୂରତା ସହ ଟିକା ବଡ ବ୍ରହ୍ମାସ୍ତ୍ର । ଆଗରୁ ବିଦେଶରୁ ଭ୍ୟାକ୍ସିନ ଆସିବାକୁ ସମୟ ଲାଗୁଥିଲା । ମାତ୍ର ଏବେ ଆମେ ନିଜେ ନିଜ ଭ୍ୟାକ୍ସିନରେ ପ୍ରାଥମିକ ସ୍ତରରେ କରୋନା ସହ ଲଢୁଛୁ ଜ୍ଝ ଯଦି ଆମେ ଟିକା ଉତ୍ପାଦନ କରିନଥାନ୍ତେ ତେବେ ଏବେ ଟିକାକରଣ ଆରମ୍ଭ ହୋଇନଥାନ୍ତା । ଆମ ଦେଶର ବୈଜ୍ଞାନିକମାନେ ଦେଖାଇ ଦେଲେ ଭାରତ ବି ବଡ ବଡ ଦେଶଠୁ କିଛି କମ ନୁହେଁ ଜ୍ଝ ଆମ ବୈଜ୍ଞାନିକଙ୍କ ଉପରେ ଆମର ବିଶ୍ୱାସ ଥିଲା । ସେହି ବିଶ୍ୱାସ ହିଁ ସିଦ୍ଧିରେ ପରିଣତ ହେଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ