ବଳଭଦ୍ରଙ୍କୁ ଟକ୍କର ଦେବେ ପ୍ରଦୀପ ଓ ଭୂଜବଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି ଓ ବିଜେଡି ପରେ ଆସିଛି କଂଗ୍ରେସର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ତାଲିକା। କଂଗ୍ରେସ ୮ ଲୋକସଭା ଓ ୪୯ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଅଛନ୍ତି ବହୁ ହେଭିୱେଟ୍‌। ପୂର୍ବରୁ ବିଜେପି ସମସ୍ତ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଗତକାଲି ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଅବଶିଷ୍ଟ ୩୫ ବିଧାନସଭା ଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ବିଜେଡି ପୂର୍ବରୁ ୧୫ ଲୋକସଭା ଏବଂ ୭୨ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରି ସାରିଛି। ତେବେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ୫ ଆସନରେ ସାମ୍ନାକୁ ଆସିଛି ସ୍ପଷ୍ଟ ଚିତ୍ର । ନବରଙ୍ଗପୁରରେ ଏଥର ତିନି ମାଝୀଙ୍କ ଭିତରେ ହେବ ଟକ୍କର। ବିଜେପିର ବଳଭଦ୍ରଙ୍କୁ ଟକ୍କର ଦେବେ ବିଜେଡିର ପ୍ରଦୀପ ଓ କଂଗ୍ରେସର ଭୂଜବଳ।

ଗଲା ନିର୍ବାଚନରେ ବି ଏଠି ହୋଇଥିଲା ଜୋରଦାର ଲଢ଼େଇ । କଂଗ୍ରେସ ଟିକେଟରେ ଲଢୁଥିବା ପ୍ରଦୀପ ମାଝୀଙ୍କୁ ମାତ୍ର ୪୧ ହଜାରରୁ ସାମାନ୍ୟ ଅଧିକ ମାରିଜିନରେ ହରାଇ ଜିତିଥିଲେ ବିଜେଡିର ରମେଶ ମାଝୀ। ଏମିତିକି ଏବେ ବିଜେପିରୁ ପ୍ରାର୍ଥୀ ହୋଇଥିବା ବଳଭଦ୍ର ମାଝୀ ବି ତୃତୀୟ ସ୍ଥାନରେ ଥାଇ ବି ୩ ଲକ୍ଷ ୪୨ ହଜାରରୁ ଅଧିକ ଭୋଟ୍ ହାସଲ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ