Masthead

କାଶ୍ମୀରରେ ଉଚ୍ଛେଦ ଅଭିଯାନକୁ ବିରୋଧ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କାଶ୍ମୀରରେ ଉଚ୍ଛେଦ ଅଭିଯାନକୁ ବିରୋଧ । ଉଚ୍ଛେଦ ପ୍ରକି୍ରୟା ଚାଲିଥିବା ବେଳେ ଏହାକୁ ନେଇ ବିବାଦ ଦେଖାଦେଇଛି । ଜମ୍ମୁ-କାଶ୍ମୀରରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଥିବାବେଳେ ଏହାକୁ ନେଇ ବିବାଦ ଦେଖାଦେଇଛି। ରାଜନୈତିକ ବିରୋଧୀ ଏବଂ ଗରିବଙ୍କୁ ପ୍ରଶାସନ ଟାର୍ଗେଟ କରୁଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ବୁଲ୍‌ଡୋଜର କାର୍ୟ୍ୟାନୁଷ୍ଠାନ ବିରୋଧରେ ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ମୁଣ୍ଡ ଟେକିଛି। ବହୁ ପିଢ଼ି ଧରି ଲୋକେ ବେଆଇନ ଭାବେ ଜମି ଦଖଲରେ ରଖି ବସବାସ କରିବା ସହ ଚାଷ କରୁଥିଲେ ବୋଲି ପ୍ରଶାସନ କହିଛି। ଗତ ସପ୍ତାହରେ ଜମ୍ମୁରେ ଜବରଦଖଲ ଉଚ୍ଛେଦ ବେଳେ ଟେକାମାଡ଼ କରିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯିବା ସହ ଅନ୍ୟ ୪ ଜଣଙ୍କୁ ଅଟକ ରଖାଯାଇଛି। କେନ୍ଦ୍ର ସରକାର ଲୋକଙ୍କୁ ବାସହୀନ କରିବା ସହ ସେମାନଙ୍କ ଜୀବିକା ଛଡ଼ାଇ ନେଉଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଜମ୍ମୁ-କାଶ୍ମୀରର ୨୦ ଜିଲାରୁ ଜବରଦଖଲ ଉଚ୍ଛେଦ କରାଯିବା ସହ ବେଆଇନ ନିର୍ମାଣ ଭଙ୍ଗାଯାଉଛି। ଏହି ଅଭିଯାନ କଶ୍ମୀରରେ ପାଲେଷ୍ଟାଇନ୍‌ ଓ ଆଫଗାନିସ୍ତାନ ସ୍ଥିତି ସୃଷ୍ଟି କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା