Masthead

ଏଥର ବିଧାନସଭାକୁ ଆସିବେନି କି ମୁଖ୍ୟମନ୍ତ୍ରୀ?

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନରେ ହୋଇପାରେ ଏକ ବ୍ୟତିକ୍ରମ । ବିଧାନସଭା ଇତିହାସରେ ଥିବା ରେକର୍ଡ ଭାଙ୍ଗିପାରେ । ପ୍ରତିଷ୍ଠା ହୋଇପାରେ ନୂଆ ରେକର୍ଡ । ତାହା ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହେବ ।

ବିଧାନସଭାର ପରମ୍ପରା ଅନୁଯାୟୀ, ଗୃହ ଆରମ୍ଭରୁ ଶେଷ ଯାଏ ଗୃହର ନେତା ବା ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହନ୍ତି । ଅତି ଜରୁରୀ ନ ପଡ଼ିଲେ, ଗୃହରେ ଅନୁପସ୍ଥିତ ରହନ୍ତି ନାହିଁ । ଗୃହରେ ଉପସ୍ଥିତ ରହି ରାଜ୍ୟବାସୀଙ୍କ କଥା ଶୁଣନ୍ତି, ସଦସ୍ୟମାନଙ୍କ ମତ ଓ ମନ୍ତବ୍ୟ ଶୁଣିବା ପରେ ଆବଶ୍ୟକ ସ୍ଥଳେ ସରକାରଙ୍କ ପକ୍ଷରୁ ଉତ୍ତର ରଖନ୍ତି ।

ଚତୁର୍ଥ ଅଧିବେଶନ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇଛି । ସେପ୍ଟେମ୍ବରରେ ମାତ୍ର ୨ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଅକ୍ଟୋବରରେ ୬ଟି କାର୍ଯ୍ୟ ଦିବସ ରହିଛି । ଏପରିକି ଅକ୍ଟୋବର ୪ ତାରିଖ ରବିବାର ଛୁଟି ମଧ୍ୟ ନାହିଁ । ଏହି ଅଧିବେଶନରେ କୋଭିଡ ପରିଚାଳନା ନିୟମ, ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବ ବୋଲି ଧାର୍ଯ୍ୟ ହୋଇଛି । ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଅର୍ଥାତ ଆଉ ମାତ୍ର ୪ଟି କାର୍ଯ୍ୟ ଦିବସ ବାକି ରହିଛି ।

ହେଲେ ଏଥର ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଗୃହକୁ ଆସିନାହାନ୍ତି । କୋଭିଡ ସଂକ୍ରମଣ ଆଶଙ୍କାରେ ମୁଖ୍ୟମନ୍ତ୍ରୀ ଆସୁ ନ ଥିବା କୁହାଯାଇଛି । ତେଣୁ ନବୀନ ନିବାସରୁ ଭର୍ଚୁଆଲ ଜରିଆରେ ଗୃହ କାର୍ଯ୍ୟରେ ସାମିଲ ହେଉଛନ୍ତି । ଆଉ ବାକିଥିବା ୪ଟି କାର୍ଯ୍ୟ ଦିବସରେ ମୁଖ୍ୟମନ୍ତ୍ରୀ ଗୃହକୁ ଆସି ନ ପାରନ୍ତି । ମୁଖ୍ୟମନ୍ତ୍ରୀ ଏହି ଅଧିବେଶନରେ ଆଦୌ ଗୃହକୁ ନ ଆସିଲେ, ଏହା ବିଧାନସଭା ଇତିହାସରେ ଏକ ରେକର୍ଡ ହୋଇ ରହିବ । ତେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ରହୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ