Masthead

ସଭା କଲେ ନେତା, ପଡ଼ିଆରେ ମହାପ୍ରଭୁଙ୍କୁ ଛାଡ଼ି ଚାଲିଗଲେ

ବ୍ରହ୍ମଗିରି(ବଡ଼ ଖବର ବ୍ୟୁରୋ):କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ। ବିଜେଡିର ସଭାକାର୍ଯ୍ୟ ପରେ ଅଲୋଡା ହୋଇଗଲେ ପ୍ରଭୁ ଜଗନ୍ନାଥ। ମାହାପ୍ରଭୁ ଜଗନ୍ନାଥଙ୍କୁ ଖରାରେ ଜରିପାଲ ଘୋଡାଇ ଚାଲିଗଲେ ବିଜେଡି କର୍ମୀ। ଓଡ଼ିଶାର ଅନ୍ୟ କୌଣସି ପ୍ରାନ୍ତ ନୁହେଁ, ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଚିତ୍ର। ସୂଚନା ଅନୁଯାୟୀ ବ୍ରହ୍ମଗିରି ନିର୍ବାଚନମଣ୍ଡଳି ମାଲୁଦ ପଞ୍ଚୁଦୋଳ ପଡିଆଠାରେ ଆୟୋଜିତ ହୋଇଥିଲା ବିଜେଡିର କର୍ମୀ ସମ୍ମୀଳନି। କର୍ମୀ ସମ୍ମୀଳନିରେ ବ୍ରହ୍ମଗିରି ବିଜେଡିର ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଓ ଲୋକସଭା ପାର୍ଥୀ ଅରୁପ ପଟ୍ଟନାୟକ ମଧ୍ୟ ଜୋଗଦେଇଥିଲେ । କାର୍ଯ୍ୟକ୍ରମରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜଳନ କରାଯାଇଥିଲା ।

ବିଜେଡି ନେତାମାନେ ନିର୍ବାଚନୀ ପ୍ରଚାର କରିଥିଲେ। କର୍ମୀ ଓ ସ୍ଥାନୀୟ ଲୋକଙ୍କୁ ଭୋଟ୍‌ ମାଗିଥିଲେ। ରାତି ହେବା ପରେ ସମସ୍ତେ ଫେରିଗଲେ ନିଜ ନିଜ ଘରକୁ। ହେଲେ ମହାପ୍ରଭୁ ଫେରିଲେ ନାହିଁ। ଜଗନ୍ନାଥଙ୍କଙ୍କୁ ଖରାରେ ଜରିପାଲ ଘୋଡାଇ ରଖାଜାଇଥିବା ଦେଖିବାକୁ ମିଳିଛି। ଗତ ୩ ଦିନ ହେଲା ମହାପ୍ରଭୁ ଖୋଲା ଆକାଶ ତଳେ ସେମିତି ବସିଛନ୍ତି। କାହାର ସାହାଯ୍ୟ ପାଇଁ ଅପେକ୍ଷା କରିଛନ୍ତି। ଏଥିପ୍ରତି କାହାର ନଜର ମଧ୍ୟ ପଡ଼ିନାହିଁ। ଯେଉଁ ନେତାମାନେ ବିଜେଡି ଟିକଟ ପାଇବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଶ୍ରୀମନ୍ଦିର ଯାଇଥିଲେ। ଆଜି ସେହି ନେତାମାନେ କେମିତି ମହାପ୍ରଭୁଙ୍କୁ ଖୋଲା ପଡ଼ିଆରେ ବସାଇ ପଳାଇଗଲେ? ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ