Masthead

ମଧ୍ୟମ ଧରଣର ବନ୍ୟା ଆଶଙ୍କା, ବନ୍ୟାକୁ ନେଇ ସୂଚନା ଦେଲେ ଏସଆରସି ସତ୍ୟବ୍ରତ ସାହୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଏସଆରସି ସତ୍ୟବ୍ରତ ସାହୁ ଗୁରୁତ୍ୱପୂର୍ଣ୍ଣ ସୁଚନା ଦେଇଛନ୍ତି । ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବା କହିଛନ୍ତି ଏସଆରସି । ମହାନଦୀରେ ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲାକୁ ସତର୍କ କରାଯାଇଛି । ୨୩ଟି ଓଡା୍ରଫ, ୮ଟି ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ୬୨ଟି ଟିମକୁ ନିୟୋଜିତ କରାଯାଇଛି । ମୁଣ୍ଡୁଳିରେ ଏବେ ୮ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ଆଗକୁ ୯ ଏକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି । ବନ୍ୟାଜଳ ପ୍ରବାହିତ ହେବାର ୧୨ଘଣ୍ଟା ପରେ ଜଗତସିଂପୁର, କେନ୍ଦ୍ରାପଡା, ପୁରୀର କିଛି ଅଞ୍ଚଳରେ ଏହି ବନ୍ୟା ଜଳ ପହଞ୍ଚିବ । ତେଣୁ ଏହି ୩ ଜିଲ୍ଲାକୁ ପ୍ରଶାସନକୁ ସତର୍କ କହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଲଗାଣ ବର୍ଷାକୁ ନେଇ ଏସଆରସି କହିଛନ୍ତି, ଏହାଦ୍ୱାରା ୧୨ଟି ଜିଲ୍ଲାର ୮୨ଟି ବ୍ଲକର ୨୬୪ ପଞ୍ଚାୟତର ୪୮୧ ଗାଁ ପ୍ରଭାବିତ ହୋଇଛି । ବର୍ଷା କମିବା ପରେ ସ୍ଥିତିରେ ସୁଧାର ଆସିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା କହିଛନ୍ତି ଏସଆରସି ସତ୍ୟବ୍ରତ ସାହୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ