Masthead

ନାଲକୋର ଦାଦାଗିରି

ବଅଁରପାଳ (ବଡ଼ ଖବର ବ୍ୟୁରୋ): ଅନୁଗୁଳ ବଅଁରପାଳ ବ୍ଲକ ଅନ୍ତର୍ଗତ ନବରତ୍ନ କମ୍ପାନୀ ନାଲକୋ ବଳରାମପ୍ରସାଦ ଗ୍ରାମ ପାର୍ଶ୍ୱ ଦେଇ ଯାଇଥିବା ନନ୍ଦିରା ଜୋରରେ ଛାଡୁଛି ପାଉଁଶ ପାଣି । ନାଲକେରୁ ନିର୍ଗତ ପାଉଁଶ ପାଣି ଜୋରରେ ଛଡାଯାଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି । ବଳରାମ ପ୍ରସାଦ ଗାଁର ପଶ୍ଚିମ ପାଖରେ ନାଲକୋ ସିପିପି ପ୍ଲାଣ୍ଟର ରହିଛି ଆସପଣ୍ଡ । ସେଥିରୁ ନିର୍ଗତ ଉଭର ପାଉଁଶ ମିଶ୍ରିତ ପାଣିକୁ ନାଲୋକ କର୍ତ୍ତୃପକ୍ଷ ନନ୍ଦିରା ଜୋରରେ ଛାଡ଼ୁଛନ୍ତି । ଏହି ନନ୍ଦିରା ଜୋର ପାଣି ଉପରେ ଆଖପାଖ ଅଞ୍ଚଳର ୩୦ ଟି ଗାଁ ଲୋକେ ନିର୍ଭର କରନ୍ତି । ବଳରାମପ୍ରସାଦ, ପିଙ୍ଗୁଆ, ତେଣ୍ଟୁଲେଇ, କୁକୁଡାଙ୍ଗ, ଖାମଣା କେନ୍ଦୁପଲି, ଭୋଗବେରେଣି ସମେତ ଆଖପାଖ ଅଞ୍ଚଳର ଲୋକମାନେ ଏହି ପାଣିକୁ ଗାଧୋଇବାରେ ବ୍ୟବହାର କରନ୍ତି । ଗାଈ ଗୋରୁ ମଧ୍ୟ ଏହି ପାଣିକୁ ପିଅନ୍ତି ।

ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ନାଲକୋ ବାରମ୍ବାର ନନ୍ଦିରା ଜୋରରେ ପାଉଁଶ ମିଶ୍ରିତ ପାଣି ଛାଡିବା ଫଳରେ ଏହି ପାଣିକୁ ବ୍ୟବହାର କରୁଥିବା ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏହି ପାଉଁଶ ମିଶ୍ରିତ ପାଣିରେ ଲୋକମାନେ ଗାଧୋଇ ଚର୍ମ ରୋଗ, କିଡ୍ନୀ ରୋଗ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଭୋଗୁଛନ୍ତି । ଆଉ ଏହି ପାଣିକୁ ପିଉଥିବା ଗାଈଗୋରୁ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଯଦି କୌଣସି ପଦକ୍ଷେପ ନାଲକୋ କର୍ତ୍ତୃପକ୍ଷ ଗ୍ରହଣ ନକରନ୍ତି ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ