Before Header

ରାହୁଲଙ୍କ ‘ପାନ୍’ ଥିଓରୀ

0 1,128

ସାଲେପୁର (ବଡ଼ ଖବର ବ୍ୟୁରୋ): ସାଲେପୁର ସଭାରେ ଆରମ୍ଭରୁ ବର୍ଷିଲେ ରାହୁଲ ଗାନ୍ଧି। ବିରୋଧୀଙ୍କୁ ଟାର୍ଗେଟ କରିବା ସହ ବିଜେଡି ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି। କଂଗ୍ରେସ ତେଲେଙ୍ଗାନାରେ ବିଜେପି-ବିଆର୍‌ଏସ୍‌ ମେଣ୍ଟ ପଦାକୁ ଆଣିଥିଲା।

ନିର୍ବାଚନ ହେଲା, ସେଠାରେ ବିଆର୍‌ଏସ୍‌ ପୂରା ଉଡ଼ିଗଲା। ଏଠାରେ ବିଜେପି-ବିଜେଡିର ବାହାଘର ହୋଇଯାଇଛି। ଏଠାରେ ଦୁଇ ଜଣ ଏକାଠି ରହି ଓଡ଼ିଶାବାସୀଙ୍କୁ ପାନ ଦେଇଛନ୍ତି। ଅଙ୍କଲ୍‌ ଓ ନବୀନ ବାବୁ ମିଶି ଓଡ଼ିଶା ଲୋକଙ୍କୁ ପାନ ଧରାଇଦେଲେ। ପାନ ଅର୍ଥ ଓଡ଼ିଶାକୁ ପାଣ୍ଡିଆନ ହିଁ ଚଳାଉଛନ୍ତି ବୋଲି କହିଛନ୍ତି ରାହୁଲ।

Leave A Reply

Your email address will not be published.