Before Header

ବନ୍ୟପ୍ରାଣୀ ସପ୍ତାହରେ ଆକର୍ଷଣ ସାଜିଛି ନନ୍ଦନକାନନ

0 141

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଭିଡ଼ିଓ କନଫରେନ୍ସ ଜରିଆରେ ପାଳିତ ହୋଇଯାଇଛି ବନ୍ୟପ୍ରାଣୀ ସପ୍ତାହ। ପ୍ରତ୍ୟେକ ବର୍ଷ ନନ୍ଦନକାନନ ପାଣୀଉଦ୍ୟାନରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଥିବା ବେଳେ କରୋନା ପାଇଁ ଚଳିତ ବର୍ଷ ପାଳନ କରାଯାଇପାରିନଥିଲା। ଜୀବଜନ୍ତୁଙ୍କ ସୁରକ୍ଷା ଓ ଏମାନଙ୍କର ରହଣି କାର୍ୟ୍ୟକଳାପ ନେଇ ଭିଡ଼ିଓ କନଫରେନ୍ସ ଜରିଆରେ ନିକଟସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଦୀର୍ଘ ୩୦ ବର୍ଷ ଧରି ନନ୍ଦନକାନନ ସହ ଜଡିତ ଥିବା କେତେକ ବ୍ୟକ୍ତି ବିଶେଷଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୩ ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।

ସୂଚନା ଅନୁଯାୟୀ, ୩୫୦ ହେକ୍ଟରରୁ ଉର୍ଦ୍ଧ ଜାଗାରେ ନିର୍ମିତ ନନ୍ଦନକାନନ ପ୍ରାଣୀଉଦ୍ୟାନ ପ୍ରଥମେ ୨୦ଟି ଜୀବଜନ୍ତୁଙ୍କୁ ନେଇ ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ଡା.ହରେକୃଷ୍ଣ ମହତାବଙ୍କ ଦ୍ୱାରା ନନ୍ଦନକାନନ ଖୋଲାଯାଇଥିଲା। ପରବର୍ତ୍ତି ସମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନର ନବକଳେବର ଘଟି ୨୧୮ ଖୁଆଡ଼ ମଧ୍ୟରେ ୧୫୭ ପ୍ରଜାତିର ଜୀବଜନ୍ତୁ ଯଥା ସ୍ତନ୍ୟପାୟୀ ପ୍ରାଣୀ, ପକ୍ଷୀ, ସରୀସୃପ ଏବଂ ବେଙ୍ଗ ପ୍ରଜାତିର ଜୀବଜନ୍ତୁଙ୍କ ମିଶି ମୋଟ ୩ ହଜାରରୁ ଉଦ୍ଧ୍ୱର୍ ପଶୁପକ୍ଷୀ ବର୍ତ୍ତମାନ ଅଛନ୍ତି। ଧଳା

ବାଘ ପ୍ରଜନନ କ୍ଷେତ୍ରରେ ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ନନ୍ଦନକାନନ ପ୍ରାଣୀଉଦ୍ୟାନ ତାର ନିଜର ଗାରିମା ଦେଖାଇ ବିଶ୍ୱର ଏକ ସ୍ୱତନ୍ତ୍ର ଚିଡ଼ିଆଖାନାର ମାନ୍ୟତା ପାଇ ପାରିଛି। ବାଘ ପ୍ରଜନନ ପରେ ନନ୍ଦନକାନନରେ ପୁଣି ବଜ୍ରକାପ୍ତା ପ୍ରଜନନ, ଘଡ଼ିଆଳ କୁମ୍ଭୀର ଏବଂ ଶାଗୁଣା ପ୍ରଜନନ କେନ୍ଦ୍ରକରି ସାରା ଭାରତ ବର୍ଷରେ ପୁଣି ନୂଆ ଇତିହାସ ସୃଷ୍ଟି କରିଛି। ପ୍ରାକୃତିକ ମନଲୋଭା ପରିବେଶରେ ଭରପୁର ଥିବା ନନ୍ଦନକାନନ ପ୍ରାଣୀଉଦ୍ୟାନର ପ୍ରତ୍ୟେକ ଜୀବଜନ୍ତୁଙ୍କ ପାଇଁ ସ୍ୱତନ୍ତ୍ର ଜଙ୍ଗଲ ସଦୃଶ୍ୟର ଆବାସସ୍ଥଳୀ ନିର୍ମାଣ କରାଯାଇ ସେମାନଙ୍କ ସୁରକ୍ଷା ଉପରେ ତୀକ୍ଷ୍ମ ନଜର ରଖାଯାଇଛି। ନନ୍ଦନକାନନକୁ ସମସ୍ତ ଦୃଷ୍ଟିରେ ଦେଖିଲେ ନନ୍ଦନକାନନ ପ୍ରାଣୀଉଦ୍ୟାନ ଜୀବଜନ୍ତୁଙ୍କ ପାଇଁ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବରେ ପରିଚାଳନା କରାଯାଉଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଏସିଏଫ ଅମୂଲ୍ୟ କୁମାର ପରିଡା ।

Leave A Reply

Your email address will not be published.