Before Header

ମୌସୁମୀ ଅଧିବେଶନରେ ନରସିଂହଙ୍କ ବାଣ

0 61

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମୌସୁମୀ ଅଧିବେଶନରେ ନରସିଂହଙ୍କ ବାଣ । ଓଡ଼ିଶାରେ ଅଦଦ୍ଭୁତ ପରିସ୍ଥିତି । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ଅଧାରୁ ଅଧିକ ମନ୍ତ୍ରୀ । ସ୍କୁଲ ପ୍ରସଙ୍ଗକୁ ନେଇ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ନରସିଂହ । ରାଜ୍ୟର ୧୭୭ ହାଇସ୍କୁଲର ଶିକ୍ଷକ ତୁରନ୍ତ ଗ୍ରାଣ୍ଟି ଇନ ଏଡ ଦାବିରେ ଦରଖାସ୍ତ ଦେଇଛନ୍ତି । ଯେଉଁଥିରେ ଦସ୍ତଖତ କରିଛନ୍ତି ୩ ଭାଗରୁ ଭାଗେ ମନ୍ତ୍ରୀ । ସମୁଦାୟ ୮୨ ବିଧାୟକଙ୍କ ମଧ୍ୟରୁ ୭୦ରୁ ଅଧିକ ବିଧାୟକ ଶାସକ ଦଳର। ସବୁ ମନ୍ତ୍ରୀ ଓ ବିଧାୟକଙ୍କର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ, କାହିଁକି ଦେଉନାହାନ୍ତି ଗ୍ରାଣ୍ଟ ଇନ ଏଡ।

ଜଣେ ମନ୍ତ୍ରୀଙ୍କ କଲେକ୍ଟିଭ ରେସସ୍ପନସିବିଲିଟି। ଜଣେ କ୍ୟାବିନେଟ ମନ୍ତ୍ରୀ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି । ଏହି କଥାକୁ ନେଇ ମାଷ୍ଟର ଷ୍ଟ୍ରୋକ ଦେଇଛନ୍ତି ନରସିଂହ । ମନ୍ତ୍ରୀ ମାନେ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିବାକୁ ବାଧ୍ୟ ହୁଅନ୍ତି । ତାର ଅର୍ଥ ସେମାନେ ସରକାର ନୁହଁନ୍ତି ବୋଲି କହିଛନ୍ତି । ନରସିଂହ କହିଛନ୍ତି ମନ୍ତ୍ରୀ ଓ ବିଧାୟକ ମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ନାହିଁ। କହିଛନ୍ତି ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ।

Leave A Reply

Your email address will not be published.