ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ଏପ୍ରିଲ ୬ ଯାଏ ଚାଲିବ । ମୁଖ୍ୟମନ୍ତ୍ରୀ ଗୃହକୁ ଆସୁନାହାନ୍ତି। ସମ୍ବେଦନଶୀଳ ପ୍ରଶ୍ନ ହେଉଛି ମହାନଦୀ। ସେ ଯାଏ କୁଆଡେ ନଯାନ୍ତୁ । ସେ ନିଜେ ଉପସ୍ଥିତ ରୁହନ୍ତୁ । ଉତ୍ତର ରଖନ୍ତୁ। ସେ ତ ଦାବି କରୁଛନ୍ତି ସବୁ ପୁଞ୍ଜିପତି ଆସୁଛନ୍ତି । ପୁଞ୍ଜି ନିବେଶ କରୁଛନ୍ତି। ଓଡ଼ିଶାବାସୀଙ୍କୁ ସିନା ଦିଶୁନି । ଏଭଳି କାଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି ଦିଲ୍ଲୀ ଓ ଭୁବନେଶ୍ୱର ସରକାର ପ୍ରଚାର ସର୍ବସ୍ୱ। ମୁଖ୍ୟମନ୍ତ୍ରୀ କୁହନ୍ତି, କଥା କମ, କାମ ବେଶୀ । କିନ୍ତୁ ତାହା ଠିକ୍ ଓଲଟା। ଘୋଷଣା ଉପରେ ଘୋଷଣା ହୁଏ।
ଶିଳ୍ପ, କୃଷି କି ଅର୍ଥନୀତି ବିକାଶ ହୁଏନି।୨୦୦୦ ମସିହାରୁ ଗୃହରେ ମହାନଦୀ ପ୍ରସଙ୍ଗ ଆଲୋଚନା ହୋଇ ଚାଲିଛି। ଆଲୋଚନା ପାଇଁ ସେମାନେ ଆହ୍ବାନ ଦେଲେ, କିନ୍ତୁ ଆମେ ଯେତେବେଳେ ମୋସନ ଦେଲୁ ସେତେବେଳେ ସରକାର ପଛଘୁଂଚା ଦେଲେ। ଦେଖାଯାଉ ବାଚସ୍ପତି ରୁଲିଂ ଦେଇଛନ୍ତି। ବିଧାନସଭା ଚଳାଉଛନ୍ତି ନା ବନ୍ଦ କରୁଛନ୍ତି। ଉପାୟ ଖୋଜିଲେ ବହାରିବନି? ୨୦୧୬-୧୭ରେ ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ କାହାର ସହଯୋଗ ନେବାକୁ ଚାହେଁନି।
ମୁଁ ଏକା ସବୁ କରିପାରିବି। ବର୍ତ୍ତମାନ କ’ଣ ବୋଲି କହିବେ? ଗୃହରେ ଦୁଇ ଦୁଇଟି ଗୃହକମିଟି ହେଲା। ଗୋଟିକରେ ଚେୟାରମ୍ୟାନ ଥିଲେ ମୁଖ୍ୟମନ୍ତ୍ରୀ । ଅନ୍ୟଟିରେ ଚେୟାରମ୍ୟାନ ଥିଲେ ବାଚସ୍ପତି । ଥରଟିଏ ମିଟିଂ ଡାକିଛନ୍ତି? ବିରୋଧୀ ଦଳମାନଙ୍କୁ ବିଶ୍ୱାସ ନେଉନାହାନ୍ତି। ଯେଉଁଥି ପାଇଁ ଫେଲ୍ ମାରୁଛନ୍ତି ।