Masthead

ଶିବସେନାକୁ ନାରାୟଣ ରାଣେଙ୍କ ଚେତାବନୀ, “ସମୟ ଆସିଲେ ଗୋଟି ଗୋଟି ନେତାଙ୍କ ପୋଲ୍ ଖୋଲିବି”

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଢ଼ୁଛି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ କଳି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ବନ୍ତବ୍ୟ ଦେଇ ଗିରଫ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । ତେବେ ପୋଲିସ ହେପାଜତରୁ ବାହାରିବା ପରେ ଶିବସେନାକୁ ରାମବାଣ ମାରୁଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି କ୍ଷମତାରେ ଅଛନ୍ତି ବୋଲି ସେମାନେ ମତେ ଗିରଫ କଲେ । ହେଲେ ମୁଁ ଅନେକ ନେତାଙ୍କ ବାବଦରେ ଜାଣିଛି । ଆଗାମୀ ଦିନରେ ସେମାନଙ୍କ ପୋଲି ମଧ୍ୟ ଖୋଲିବି । ଶିବସେନାର କୌଣସି ନେତାଙ୍କ ନାମ ନନେଇ ସେ କହିଛନ୍ତି ଯେ ତାଙ୍କ ଭାଇଙ୍କ ସ୍ତ୍ରୀ ଉପରେ ଏସିଡ୍ ପକାଇବାକୁ କିଏ କହିଛନ୍ତି ସେ ଜାଣନ୍ତି।

ଗତ ସପ୍ତାହରେ ରତ୍ନଗିରି ଜିଲ୍ଲାର ‘ଜନ ଆଶୀର୍ବାଦ୍ ଯାତ୍ରା’ କରିବା ସମୟରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା କଥା କହିଥିଲେ। ଏହା ପରେ ମଙ୍ଗଳବାର ତାଙ୍କୁ ପୁଲିସ ଗିରଫ କରିଥିଲା ଏବଂ କିଛି ଘଣ୍ଟା ପରେ ତାଙ୍କୁ ଜାମିନ ମିଳିଥିଲା। ତେବେ ଯେଉଁ ମନ୍ତବ୍ୟ ପାଇଁ ସେ ଗିରଫ ହୋଇଛନ୍ତି ତାହା ଭୁଲ୍ ନୁହେଁ ବୋଲି ଜାମିନ ପାଇବା ପରେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଦଳକୁ ଚେତାବନୀ ଦେବାକୁ ଯାଇ କହିଛନ୍ତି ଯେ ମୁଁ ତାଙ୍କ ସହ ୩୯ ବର୍ଷ କାମ କରିଛି। ଅନେକ ନେତାଙ୍କ ପୋଲ୍ ଜାଣିଛନ୍ତି ଆଗାମୀ ଦିନରେ ଗୋଟି ଗୋଟି କରି ହିସାବ କରିବେ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ