Masthead

ବିଜେଡିର ୨୫ ବର୍ଷର ଶାସନରେ ଫୁଲଷ୍ଟପ୍‌ ଲଗାଇବାକୁ ଓଡ଼ିଶା ପ୍ରସ୍ତୁତ: ନରେନ୍ଦ୍ର ମୋଦ

ବାରିପଦା(ବଡ଼ ଖବର ବ୍ୟୁରୋ): ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ବକ୍ତବ୍ୟ । ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ । ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳିଛି । ତୃତୀୟ ଥର ମଜବୁତ ମୋଦି ସରକାର ବନିବା ନିଶ୍ଚିତ ହୋଇଛି । ପୂର୍ଣ୍ଣ ବହୁମତ ସରକାର ପାଇଁ ଦେଶ ନିର୍ଣ୍ଣୟ କରିନେଇଛି । ଆଜି ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦେଉଛି । ଆସନ୍ତା ୫ ବର୍ଷ ପର୍ୟ୍ୟନ୍ତ ଲୋକଙ୍କୁ ଏମିତି ମାଗଣା ରାସନ ମିଳିବ । ଆସନ୍ତା ୫ ବର୍ଷ ଭାରତର ବିକାଶ ପାଇଁ ଅଦ୍ଭୁତପୂର୍ବ ଉପଲବ୍ଧି ଦେବ ।

ଭାରତ ବିଶ୍ବର ତୃତୀୟ ବୃହତ୍ତ ଅର୍ଥଶକ୍ତି ହେବାକୁ ଯାଉଛି । ବିଜେଡିର ୨୫ ବର୍ଷର ଶାସନରେ ଫୁଲଷ୍ଟପ୍‌ ଲଗାଇବାକୁ ଓଡ଼ିଶା ପ୍ରସ୍ତୁତ । ଜୁନ୍‌ ୧୦ରେ ବିଜେପିର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶପଥ ନେବେ । ଆଜି ଓଡ଼ିଶା କହୁଛି- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ । ଆଜି ଓଡ଼ିଶା କହୁଛି- ଦୁଇଥର ପଦ୍ମ, ଦୁଇ ଗୁଣ ବିକାଶ ହେବ । ଓଡ଼ିଶା ଲୋକ ଚାହାଁନ୍ତି ମୋଦି ଗ୍ୟାରେଣ୍ଟି । ମୟୂରଭଂଜ ମାଟି ନାରୀ ସଶକ୍ତୀକରଣର ପ୍ରମୁଖ ସ୍ଥଳ । ମୟୂରଭଂଜରେ ଦେବୀ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣନ୍ତି । ଆଜି ମୟୂରଭଂଜର ଝିଅ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ବିଜେପି ସରକାର ଆଦିବାସୀ କଲ୍ୟାଣ ପାଇଁ ସମର୍ପିତ । ବିଜେପି ସାନ୍ତାଳି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ