ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଇସ୍ତଫା ଦେଇଛନ୍ତି ଢେଙ୍କାନାଳର ବିଧାୟକ ନବୀନ ନନ୍ଦ । ସେ ସୋସିଆଲ ମଡିଆରେ ଏ ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ସେ ତାଙ୍କ ସ୍ୱଇଚ୍ଛାରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାଥମିକତା ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜେ ତାଙ୍କ ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିକଟକୁ ମେଲ ଯୋଗେ ପଠାଇ ଦେଇଛନ୍ତି ।
କଂଗ୍ରେସର ରାଜ୍ୟ ନେତୃତ୍ୱ ତାଙ୍କ ଉପରେ ଭରସା କରି ଢେଙ୍କାନାଳ ବିଧାନସଭା ଆସନ ପାଇଁ ୨୦୧୯ରେ ପ୍ରାର୍ଥୀ କରିଥିବାରୁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି । ସେ ପରବର୍ତ୍ତି ସମୟରେ ବିଜେଡିରେ ସାମିଲ ହୋଇଥିଲେ । ତେବେ କୋଲକାତାରେ ଏକ ସ୍ପାରୁ ଗିରଫ ହେବା ପରେ ୨୦୧୮ରେ ବିଜେଡିରୁ ନିଲମ୍ବନ କରାଯାଇଥିଲା । ସୂଚନା ଅନୁସାରେ ସେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହେବାକୁ ମନ ବଳାଇଥିଲେ ନବୀନ । କିନ୍ତୁ ବିଜେପି ତାଙ୍କୁ ଢେଙ୍କାନାଳରୁ ପ୍ରାର୍ଥୀ କରିପାରିବନି ବୋଲି ମନା କରି ଦେଇଥିଲା ।