Masthead

ସରକାରୀ ଯୋଜନା ସାତସପନ

ଶେରଗଡ଼, (ବଡ଼ ଖବର ବ୍ୟୁରୋ): ଆବାସ ଯୋଜନାରେ ନାମ ଆସିଛି କିନ୍ତୁ ଘର ସେମାନଙ୍କ ପାଇଁ ସାତସପନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ। ଆବାସ ଯୋଜନାରେ ନାଁ ଆସିଛି କିନ୍ତୁ ଘର ମିଳିନି। ଆମେ କହୁଛୁ ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗାଁର ସଞ୍ଜୁକ୍ତା ଭୂୟାଁଙ୍କ କଥା। ବିଜୁ ପକ୍କା ଘର ଯୋଜନାରେ ନାଁ ଆସିଥିଲେ ମଧ୍ୟ ପ୍ରଶାସନର ଅପାରଗତା ପାଇଁ ଯୋଜନାରୁ ବଞ୍ଚିତ ହୋଇଛନ୍ତି ସଞ୍ଜୁକ୍ତା। ବାତ୍ୟା ଓ ବର୍ଷା ହେଲେ ତାଙ୍କ ପାଇଁ ସ୍କୁଲ ବାରଣ୍ଡା ହିଁ ସାହା। ସେ ରହୁଥିବା ଘର ଆଜବେଷ୍ଟସ ହୋଇଥିବାବେଳେ ତାହା ଭାଙ୍ଗିରୁଜି ଯାଇଥିବାରୁ ସୂର୍ୟ୍ୟଚନ୍ଦ୍ର ଦେଖାଯାଉଛି। ଘର ବାରଣ୍ଡା ତାଙ୍କ ପାଇଁ ରୋଷେଇସ୍ଥଳ ହୋଇଥିବାରୁ ବର୍ଷା ହେଲେ ଉପାସରେ ରହିବାକୁ ପଡ଼ୁଛି। ସଞ୍ଜୁକ୍ତା ଏବଂ ତାଙ୍କ ସ୍ୱାମୀ ସୂର୍ୟ୍ୟ ଭୂୟାଁ ଦିନମଜୁରିଆ। ତେଣୁ ଟଙ୍କିକିଆ ଚାଉଳ ହିଁ ସେମାନଙ୍କ ପାଇଁ ସାହା। ଘରଟିଏ ପାଇଁ ସରପଞ୍ଚଙ୍କୁ ଗୁହାରି କରିଥିଲେ ମଧ୍ୟ୍ୟ କେହି ଶୁଣୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ୨୦ବର୍ଷ ଶାସନ କାଳରେ ସରକାର ଲକଡାଉନ ସମୟରେ ରେକର୍ଡ ସଂଖ୍ୟକ ପକ୍କାଘର କରିଥିବା ଡେଙ୍ଗୁରା ପିଟୁଥିବାବେଳେ ଯୋଗ୍ୟ ହିତାଧିକାରୀ ଘରଟିଏ ପାଇ ପାରୁନାହାନ୍ତି। ଯଦି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏମିତି ଅବସ୍ଥା ତେବେ ଅନ୍ୟ ଅଞ୍ଚଳରେ ଯୋଜନା କିଭଳି କାର୍ୟ୍ୟକାରୀ ହେଉଥିବ ତାହା ଜଳଜଳ ହୋଇ ଦିଶୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା