Masthead

କେନ୍ଦ୍ରର ସେନା ସମ୍ପ୍ରସାରଣ ଯୋଜନାକୁ ଗୁଜୁରାଟ ଡ୍ରଗ୍ସ ଘଟଣା ସହ ଜଡ଼ିଛି କଂଗ୍ରେସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୀମା ସୁରକ୍ଷା ବଳ ବା ବିଏସଏଫର ଅଧିକାରୀ ବୃଦ୍ଧି କରିବା ପରେ କେନ୍ଦ୍ର ଏବଂ ବିରେଧୀ କଂଗ୍ରେସ ପୁଣିଥରେ ମୁହାଁମ୍ରୁହିଁ ହୋଇଛନ୍ତି । ତେବେ ପଞ୍ଜାବରେ କେନ୍ଦ୍ରର ବିଏସଏଫର ଅଧିକାରୀ ବୃଦ୍ଧି ଘଟଣାକୁ ସହଜରେ ହଜମ କରିପାରି ନାହିଁ କଂଗ୍ରେସ । ଏନେଇ କଂଗ୍ରେସ ନେତା ରଣଦୀପ ସୁରଜେୱାଲା କେନ୍ଦ୍ରକୁ ସମାଲୋଚନା କରିବାକୁ ମଧ୍ୟ ପଛେଇ ନାହାଁନ୍ତି । ତେବେ ଚଳିତ ବର୍ଷ ଗୁଜୁରାଟରେ ଆଦାନୀଙ୍କ ଦ୍ୱାରା ପରିଚାଳିତ ମୁଣ୍ଡ୍ରା ବନ୍ଦରର ଡ୍ରଗ୍ସ ଘଟଣାରୁ ଧ୍ୟାନ ହଟାଇବା ପାଇଁ କେନ୍ଦ୍ର ସରକାର ଏପରି ଯୋଜନା କରିଛନ୍ତି ବୋଲି ସୁରଜେୱାଲା କହିଛନ୍ତି । ଅନ୍ୟପଟେ ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଆସାମର ବର୍ତ୍ତମାନ ୧୫ କିଲୋମିଟର ଅନ୍ତର୍ଜାତୀୟ ସୀମାଠାରୁ ୫୦ କିଲୋମିଟର ଦୂରରେ ଥିବା ଏକ ବୃହତ ଅଞ୍ଚଳରେ ସନ୍ଧାନ, ଜବତ ଏବଂ ଗିରଫ କରିବାର କ୍ଷମତା ଦେବା ପାଇଁ କେନ୍ଦ୍ର ସରକାର ସୀମା ସୁରକ୍ଷା ବଳ ଅଧିନିୟମରେ ସଂଶୋଧନ କରିଛନ୍ତି ।

ଏହି ଯୋଜନାକୁ କେବଳ ସୁରଜେୱାଲା ବିରୋଧ କରି ନାହାଁନ୍ତି ବରଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ମଧ୍ୟ କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧ କରିଥିବାର ଦେଖିବାକୁ ମିଳିଛି । ତେବେ ଅନ୍ତର୍ଜାତୀୟ ସୀମାରେ ୫୦ କିଲୋମିଟର ଦୂରତା ମଧ୍ୟରେ ବିଏସଏଫକୁ ଅତିରିକ୍ତ କ୍ଷମତା ପ୍ରଦାନ କରିବାକୁ ସରକାରଙ୍କ ଏକପାଖିଆ ନିଷ୍ପତ୍ତିକୁ ମୁଁ ଦୃଢ ନିନ୍ଦା କରୁଛି ବୋଲି ଚନ୍ନୀ କହିଛନ୍ତି । ଏହା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ଖୁବଶୀଘ୍ର ପ୍ରତ୍ୟାହାର କରନ୍ତୁ ବୋଲି ଚରଣଜିତ ସିଂହ ଚନ୍ନୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଆଫଗାନିସ୍ତାନ ସଙ୍କଟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୁରଜେୱାଲା । ଏ ଖବର ସମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ଚଳଚଞ୍ଚଳ ହୋଇ ଉଠିଛି । ଶାସକ ଦଳର ଟାର୍ଗେଟରେ ରହିଛି ବିରୋଧୀ କଂଗ୍ରେସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼